Odia News Portal

ଗୁଗୁଲ ଆଣିଲା ଓଡିଆ ୟୂଜର୍ସଙ୍କ ପାଇଁ ଖୁସିଖବର

ନୂଆଦିଲ୍ଲୀ : ଗୁଗୁଲ ଆଣିଦେଇଛି ଓଡିଆ ୟୂଜର୍ସଙ୍କ ପାଇଁ ଖୁସିଖବର। ଏଣିକି ଗୁଗୁଲ ଟ୍ରାନ୍ସଲେଟରରେ ଏବେ ଯୂଜର୍ସମାନେ ଇଂରାଜୀ ଓ ହିନ୍ଦୀ ଭାଷାର ଯେକୌଣସି ଶଦ୍ଧକୁ ଓଡିଆରେ ଅନୁବାଦ କରିପରିବେ।  କେବଳ ହିନ୍ଦୀ ଓ ଇଂରାଜୀ ନୁହେଁ ଅନ୍ୟ ଭାଷାକୁ ମଧ୍ୟ  ଓଡିଆରେ ଅନୁବାଦ କରିହେବ ବୋଲି ଜଣା ପଡିଛି।

ବିଶ୍ବର ଲୋକପ୍ରୀୟ ସର୍ଚ୍ଚ ଇଞ୍ଜିନ ଗୁଗୁଲ ଟ୍ରାନ୍ସଲେସନ୍ ବା ଅନୁବାଦରେ ଏବେ ଓଡିଆ ଭାଷା ଯୋଡି ହୋଇଛି।  ଗୁଗୁଲ ତରଫର ଜାରି କରାଯାଇଥିବା  ଘୋଷଣାରେ  କୁହାଯାଇଛି ଯେ ଓଡିଆ ସମେତ ମୋଟ ୫ଟି ନୂଆ ଭାଷା ମଧ୍ୟ ଏହି ଅନୁବାଦରେ ସ୍ଥାନ  ପାଇଛି।  ଏବେ ହିନ୍ଦୀ  ବଙ୍ଗାଳୀ ଓ ଅନ୍ୟ ଭାରତୀୟ  ଭାଷା ପରି  ଓଡିଆ ଭାଷାକୁ ମଧ୍ୟ ବିଭିନ୍ନ ଶବ୍ଦ ଓ ବାକ୍ୟ ଅନୁବାଦ କରାଯାଇପାରିବ। ଏବେ ଏହି ଅନୁବାଦ ପରୀକ୍ଷାମୂଳକ ଭାବେ ରଖାଯାଇଛି ଓ ଆଗାମୀ ଦିନରେ ଏହା ସମ୍ପୂର୍ଣ୍ଣଭାବେ ଉପଲବ୍ଧ ହେବ ବୋଲି ଗୁଗୁଲ ତରଫରୁ କୁହାଯାଇଛି।

ଗୁଗୁଲ ଟ୍ରାନ୍ସଲେସନର  ସଫ୍ଟୱେର ଇଞ୍ଜିନିୟରଙ୍କ କହିବା  ମୁତାବକ ବ୍ୟାପକ କଣ୍ଟେଣ୍ଟର ଅଭାବ କାରଣରୁ ଅନୁବାଦ କାମରେ  ବିଳମ୍ବ ହେଉଥିଲା। ତେବେ ଗୁଗୁଲର ମେସିନ ଲର୍ଣ୍ଣିଂ ଟେକ୍ନୋଲୋଜି କାରଣରୁ ଏବଂ ଗୁଗୁଲ ଟାନ୍ସଲେଟ କମ୍ୟୁନିଟି ଜଡିତ ହୋଇ କାମ  କରିବା  କାରଣରୁ ୫ଟି ଭାଷା ଯୋଡିହୋଇପାରୁଛି। ଏହି  ଭାଷା ଓଡିଆ, କିନ୍ୟାରୱାଣ୍ଡା, ଟାଟାର, ତୁର୍କମେନ ଓ ଉଇଘର ଗୁଗୁଲ  ଟ୍ରାନ୍ସଲେସନରେ ସାମିଲ ହୋଇ ପାରିଛି।

ଗୁଗୁଲର ସୂଚନା ଅନୁଯାୟୀ ପାଖାପାଖି ୭୫ ମଲିୟନ ଲୋକ ଏହି ଭାଷା ଗୁଡିକୁ ବ୍ୟବହାର କରୁଛନ୍ତି।  ଗତ ୪ ବର୍ଷରେ ୫ଟି ଭାଷା ଯୋଡି ହୋଇଛି।  ଗୁଗୁଲ ଟ୍ରାନ୍ସଲେଟରେ ପାଖାପାଖି ଆଉ ୧୦୮ଟି ଭାଷା ଯୋଡା ଯିବାର ସୂଚନା ରହିଛି।