Odia News Portal

ଆଜି ପୁଣି କନ୍ଧମାଳ ଜିଲ୍ଲା ଗସ୍ତ କରିବେ ନବୀନ

ଭୁବନେଶ୍ବର : ଆଜି ପୁଣି କନ୍ଧମାଳ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କନ୍ଧମାଳ ଜିଲ୍ଲାର ନୂଆଗାଁ ବ୍ଲକର ମାହାସିଙ୍ଗ ପଂଚାୟତରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ସମାବେଶରେ ପ୍ରାୟ ୧ ଲକ୍ଷ ଚାଷୀ ଯୋଗଦେବେ । ନବୀନଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି । ଏହା ତ୍ପୂର୍ବରୁ ଗତ ଫେବୃୟାରୀ ୧୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଲବାଣୀ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।