Odia News Portal

SCB ଲାଗି ୧୦ ପରାମର୍ଶଦାତା ନିଯୁକ୍ତ

ଭୁବନେଶ୍ୱର : ଏସସିବି ମେଡିକାଲ କଲେଜର ବିଶ୍ୱସ୍ତରୀୟ ରୂପାନ୍ତରଣ ପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ଡାକ୍ତର ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ପରାମର୍ଶଦାତା କମିଟି ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ  । ଏହି କମିଟିରେ ମୋଟ ୧୦ଜଣ ବିଶେଷଜ୍ଞ ସ୍ଥାନ ପାଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୦ଜଣ ପଦ୍ମ ସମ୍ମାନ ବିଜେତା । ଏମାନଙ୍କ ମଧ୍ୟରେ ୪ଜଣ ଏସସିବିର ପୂର୍ବତନ ଛାତ୍ର ସାମିଲ ଅଛନ୍ତି । ଏହି ପଦକ୍ଷେପ  ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନଭେମ୍ବର ମାସରେ  ଘୋଷିତ ହୋଇଥବା ହୋଇଥିବା ୫ ଟି ର ସୁଫଳ ।

ପରାମର୍ଶଦାତା କମିଟିରେ ସ୍ଥାନ ପାଇଥବା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବିଶେଷଜ୍ଞମାନେ ହେଲେ ଏସସିବିର ପୂର୍ବତନ ଛାତ୍ର ,ଆନ୍ତର୍ଜାତୀୟ ପ୍ରସିଦ୍ଧିପ୍ରାପ୍ତ ହୃଦଶଲ୍ୟ ବିଶେଷଜ୍ଞ ତଥା ଏସିଆନ ହାର୍ଟ ଇନଷ୍ଟିଟ୍ୟୁଟର ସିଏମଡି ପଦ୍ମଭୂଷଣ ଡ଼ ରମାକାନ୍ତ ପଣ୍ଡା, ନାରାୟଣ ହେଲ୍ଥର ଅଧ୍ୟକ୍ଷ ତଥା ହୃଦଶଲ୍ୟ ବିଶେଷଜ୍ଞ ପଦ୍ମ ଭୂଷଣ ଡ଼ ଦେବୀ ସେଟ୍ଟୀ, ପବ୍ଲିକ ହେଲ୍ଥ ଫାଉଣ୍ଡେସନର ସଭାପତି ତଥା ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ପଦ୍ମଭୂଷଣ ଡ଼ କେ ଶ୍ରୀନାଥ ରେଡ୍ଡୀ, ଏସସିବିର ପୂର୍ବତନ ଛାତ୍ର ତଥା ଏମ୍ସର ଦୀର୍ଘଦିନର ଅଭିଜ୍ଞତା ଥିବା  ଖ୍ୟାତନାମା ଗ୍ୟାସ୍ଟ୍ରୋଏଣ୍ଟେରଲୋଜି ବିଶେଷଜ୍ଞ ପଦ୍ମଶ୍ରୀ ଡ଼ ସୁବ୍ରତ ଆଚାର୍ଯ୍ୟ, ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କିଡ୍ନୀ ବିଶେଷଜ୍ଞ ତଥା ପିଜିଆଇ ଚଣ୍ଡିଗଡର ପୂର୍ବତମ ରେନାଲ ଟ୍ରାନ୍ସପ୍ଲାଣ୍ଟ ବିଭାଗ ମୁଖ୍ୟ ପଦ୍ମଶ୍ରୀ ଡ଼ ମୁକୁଟ ମିଞ୍ଜ, ଆଇଏମଇଆର ଚଣ୍ଡିଗଡର ମୁଖ୍ୟ ତଥା ଏସ୍ସିବିର ପୂର୍ବତନ ଛାତ୍ର ପଦ୍ମଶ୍ରୀ ଡ଼ ଦିଗାମ୍ବର ବେହେରା,  ଟାଟା କ୍ୟାନ୍ସର ହସ୍ପିଟାଲର ମେଡିକାଲ ଡ଼ାଇରେକ୍ଟର ପଦ୍ମଶ୍ରୀ ଡ଼ ରଞ୍ଜନ ବଡବେ,ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ତଥା ଜେଏସିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ ଜଗତ ନରୁଲା, ଏଲଭି ପ୍ରସାଦ ଆଇ ଇନଷ୍ଟିଟ୍ୟୁଟର ଡ଼ ଜି ଏନ ରାଓ ଓ ଏସ୍ସିବିର ପୂର୍ବତନ ଛାତ୍ର ତଥା ଏସ୍ସିବିର ପୂର୍ବତନ ପ୍ରଫେସର ଡ଼ ପୂର୍ଣଚନ୍ଦ୍ର ମହାପାତ୍ର ।

ଏହି କମିଟିର ଆବାହକ ସଦସ୍ୟ ରହିବେ  ମେଡିକାଲ ଏଦୁକେସନ ଆଣ୍ଡ ଟ୍ରେନିଂର ନିର୍ଦ୍ଦେଶକ । ରାଜ୍ୟବାସୀଙ୍କୁ ଏସସିବିରେ ବିଶ୍ୱସ୍ତରୀୟ ଚିକିତ୍ସାସେବା ଯୋଗାଇ  ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ୫ଟି ଅନ୍ତର୍ଗତ ଅଭିନବ ପରିକଳ୍ପନା ।