Odia News Portal

ଜାତୀୟ ପାରା ବ୍ୟାଡ଼ମିନଟନ ପାଇଁ ଖେଳାଳି ଚୟନ

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ମାସ ୧୯ ତାରିଖରୁ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜାତୀୟ ପାରା ବ୍ୟାଡ଼ମିନଟନ ପାଇଁ ଓଡ଼ିଶା ପାରା ବ୍ୟାଡ଼ମିନଟନ
ଆସୋସିଏସନ ତରଫରୁ ରାଜ୍ୟ କୁ ପ୍ରତିନିଧିତ୍ୱ କରିବା ପାଇଁ ଖେଳାଳି ଚୟନ ମାର୍ଚ୍ଚ ମାସ ୮ ତାରିଖରେ ଉଡାନ ବ୍ୟାଡ଼ମିନଟନ ଏକାଡ଼େମୀ, ପଟିଆ, ଭୁବନେଶ୍ୱର ଠାରେ
ଅନୁଷ୍ଠିତ ହେବ । ଓଡ଼ିଶାର ଯେଉଁ ଖେଳାଳି ମାନେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି ସେମାନେ ଜାତୀୟ ଚାମ୍ପିଅନସିପ ପାଇଁ ସିଧା ଯୋଗ୍ୟତା ଅର୍ଜନ କରିବେ ।
ଏହି ଚୟନ କେବଳ ନୂତନ ଭାବେ ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିବା ଖେଳାଳିମାନଙ୍କ ପାଇଁ ଉଦ୍ଦିଷ୍ଟ । କେବଳ ହାତ, ଗୋଡ଼, କମ୍ ଉଚ୍ଚତା ବିଶିଷ୍ଟ ଭିନ୍ନକ୍ଷମତା ପାଇଁ ଖେଳାଳୀ ଚୟନ
କରାଯିବ । ଖେଳାଳିମାନେ ସାଙ୍ଗରେ ନିଜର ଖେଳ ଉପକରଣ ଓ ପରିଚୟ ପତ୍ର ଲାଗି ଆଧାରକାର୍ଡ ଓ ଡ଼ିସେବିଲିଟି ପ୍ରମାଣପତ୍ର ନେଇ ଆସିବାକୁ ଅନୁରୋଧ । କିଛି ବି ଅନୁସନ୍ଧାନ
ଲାଗି ଖେଳାଳୀ ରାଷ୍ଟ୍ରୀୟ ସଂଯୋଜକ  ସୁନୀଲ ପ୍ରଧାନ, ମୋବାଇଲ ୯୮୬୧୦୦୯୩୯୬କୁ ଯୋଗାଯୋଗ କରନ୍ତୁ । ଓଡ଼ିଶା ପାରା ବ୍ୟାଡ଼ମିନଟନ ଆସୋସିଏସନର ସମ୍ପାଦକ  ମନୋରଞ୍ଜନ ଦାଶ ଅନୁରୋଧ କରିଛନ୍ତି ।