Odia News Portal

ପୂର୍ବତନ ହକି ଖେଳାଳି ବଲବୀରଙ୍କ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ ହକି ଖେଳାଳି ବଲବୀର ସିଂହ ଖୁଲ୍ଲରଙ୍କର ପରଲୋକ ହୋଇଯାଇଛି । ଏହି ଖ୍ୟାତନାମା ହକି ଖେଳାଳି ୧୯୬୮ ମେକ୍ସିକୋ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ । ପଞ୍ଜାବ ଜଳନ୍ଧିର ଜିଲ୍ଲାର ସମସାରପୁରରେ ବଲବୀରଙ୍କ ଜନ୍ମ ।

ସେ ୧୯୬୩ ମସିହାରେ ଫ୍ରାନ୍ସର ଲିଓନ୍‌ରେ ଖେଳା ଯାଇଥିବା ମ୍ୟାଚ୍‌ରେ ଭାରତ ପକ୍ଷରୁ ପ୍ରଥମ ଥର ଖେଳାଳିଥିଲେ । ସେ ଅନେକ ଆନ୍ତର୍ଜାତିକ ମ୍ୟାଚ୍‌ରେ ଭାରତ ପକ୍ଷରୁ ଇନ୍‌ସାଇଡ୍‌ ଫରଓ୍ଵାର୍ଡ଼ ଭାବେ ଖେଳିଛନ୍ତି । ବଲବୀର ଭାରତୀୟ ପୋଲିସ୍‌ ସେବାରେ ନିଯୁକ୍ତି ପାଇଥିଲେ ଏବଂ ୨୦୦୧ରେ ଅବସର ନେଇଥିଲେ ।