Odia News Portal

ସରିଲା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା

ଭୁବନେଶ୍ବର: ସରିଛି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା । ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ, ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତ ବେହେରା, ଇଣ୍ଡିଆନ୍‌ ଅଲିମ୍ପିକ ଆସୋସିଏସନ୍‌ର ସଭାପତି ନରେନ୍ଦ୍ର ବାତ୍ରା, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରମୁଖ ଯୋଗ ଦେଇଛନ୍ତି ।

ଗତ ୨୧ ତାରିଖରୁ ଖୋଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ଆରମ୍ଭ ହୋଇଥିଲା । କିଟ୍‌ ବିଶ୍ୱବିଦ୍ୟାଳୟରେ ଅଧିକାଂଶ ମୁକାବିଲା ହୋଇଥିଲା । ବିଶ୍ୱବିଦ୍ୟାଳୟ ସ୍ତରୀୟ ଏହି ପ୍ରତିଯୋଗିତାକୁ ଆନ୍ତର୍ଜାତିକ କ୍ରୀଡା ଭଳି ଆୟୋଜନ କରି ଏବେ ସବୁ ମହଲରେ ପ୍ରଶଂସା ସାଉଁଟିଛି ଆୟୋଜକ କିଟ୍‌ ବିଶ୍ୱବିଦ୍ୟାଳୟ ।