Odia News Portal

ଆରଟିଓ ଅଫିସ୍‌ରୁ ଦଲାଲ ଗିରଫ

ଯାଜପୁର ଟାଉନ୍‌ : ସ୍ଥାନୀୟ ଆରଟିଓ ଅଫିସ୍‌ରୁ ଜଣେ ଦଲାଲକୁ ପୋଲିସ୍‌ ଗିରଫ କରିଛି । ଗିରଫ ଦଲାଲ ହେଉଛି ବିଂଝାରପୁର ଦିଆଟିକିରି ଗ୍ରାମର ନିର୍ମଳ ଚନ୍ଦ୍ର ତ୍ରିପାଠୀ। ସେ ଆଜି ଅଫିସ ପରିସରରେ ଥିବା ବେଳେ ଯାଜପୁର ପୋଲିସ ପହଂଚି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପରିବହନ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବା ପାଇଁ ପୂର୍ବରୁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ଏହା ସତ୍ତ୍ୱେ କିଛି ଦଲାଲ ପୂର୍ବ ପରି ସେମାନଙ୍କ କାମ ଜାରି ରଖିଥିବା କୁହାଯାଉଛି ।