ନୂଆଦିଲ୍ଲୀ : ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ ଆଣିଲେ ସଂଗୀନ ଅଭିଯୋଗ । ଦୁଇ ଜଣ କଂଗ୍ରେସ ସାଂସଦ ତାଙ୍କୁ ଲୋକସଭା ଭିତରେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି । ସାଂସଦ ଦୁଇ ଜଣ ତାଙ୍କୁ ଆକ୍ରମଣ କରିବା ସହ ମାଡ଼ ମାରିଥିବା ସେ କହିଛନ୍ତି ।
କଂଗ୍ରେସ ସାଂସଦ ରାମିଆ ହରିଦାସ ଓ ଅନ୍ୟ ଜଣେ ସାଂସଦ ତାଙ୍କୁ ମାଡ଼ ମାରିଥିବା ସଂଗୀତା ଅଭିଯୋଗ କରିଛନ୍ତି । ଏହି ଘଟଣା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ହସ୍ତକ୍ଷେପ କରିଥିଲେ ବୋଲି ସେ କହିଛନ୍ତି। ତାଙ୍କୁ ମାଡ଼ ମରାଯାଇଥିବାର ଡାକ୍ତରୀ ପ୍ରମାଣ ରହିଥିବା ମଧ୍ୟ ବଲାଙ୍ଗିର ସାଂସଦ ସ୍ପଷ୍ଟ କରିଛନ୍ତି ।
