ଗଂଜାମ: ସ୍କୁଲରେ ଶୋଇ ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ । ପାଠପଢା ସମୟରେ ଶୋଇବା ମହଙ୍ଗା ପଡିଲା ଶିକ୍ଷୟିତ୍ରୀଙ୍କୁ । କୁକୁଡଖଣ୍ଡି ବ୍ଲକ ଗୁରୁଣ୍ଠି ପଂଚାୟତ ଶ୍ରୀରଙ୍ଗାରାଜପୁତ୍ର ପ୍ରାଥମିକ ବିଦ୍ୟାଳୟର ସହାୟକ ଶିକ୍ଷୟତ୍ରୀ ସୁମିତା ନାୟକ ସ୍କୁଲରେ ଶୋଇଥିବା ଭିଡିଓ ଭାଇରଲ ହେବାପରେ ବ୍ଲକ ଶିକ୍ଷାଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି ।
ସେ ସ୍କୁଲ ସମୟରେ ଶୋଇଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା ବ୍ଲକ ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି । ତାଙ୍କୁ କୁକୁଡାଖଣ୍ଡି ବେଲେମା ସାହି ସ୍ଥିତ ସ୍କୁଲକୁ ବଦଳି କରାଯାଇଛି । ତେବେ ସ୍କୁଲ ଚାଲିଥିବା ସମୟରେ ଶିକ୍ଷୟିତ୍ରୀଙ୍କର ଏଭଳି ଆଚରଣକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
