Odia News Portal

ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ୍‌ ଦେଇ ଗିରଫ ହେଲେ ପ୍ରିନିସିପାଲ

ଚାନ୍ଦବାଲି : ଗୁରୁଙ୍କ ଗୌରବରେ କଳଙ୍କ । ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ୍‌ ଦେଇ ଶେଷରେ ଗିରଫ ହେଲେ ସ୍କୁଲ ପ୍ରିନିସିପାଲ । ନିଜ ପଦବି କିମ୍ବା ବୟସର ସମ୍ମାନ ରଖିଲେ ନାହିଁ । ନିଜ ଠାରୁ ବୟସରେ ଅନେକ ସାନ ଏବଂ ଜଣେ ନାବାଳିକା ଛାତ୍ରୀକୁ ଫୋନ୍‌ରେ ଅତି ଅଶ୍ଳୀଳ କଥାବାର୍ତ୍ତା କରିଥିଲେ । ଯାହାର ଅଡିଓ ଭାଇରାଲ ହେବା ପରେ ଶିକ୍ଷକଙ୍କୁ ପୋଲିସ୍‌ ଗିରଫ କରିଛି ।
ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରେ । ଜଣେ ନବମ ଶ୍ରେଣୀ ଛାତ୍ରୀକୁ କିଛି ଦିନ ହେଲା ନିଜ ପ୍ରେମ ଜଲରେ ଫସାଇ ପ୍ରିନସିପାଲ ଦେବେନ୍ଦ୍ର ପଟ୍ଟନାୟକ ଲୀଳା ଚଳାଇଥିଲେ । ଛାତ୍ରୀ ଜଣକ ଡରରେ ହେଉ କିମ୍ବା ପିଳାଲିଆମି ବୁଦ୍ଧିରେ ଭୁଲ କରି ଚାଲିଥିଲେ ବୋଲି ଫୋନ୍‌ ଅଡ଼ିଓରୁ ଜଣାପଡୁଛି ।

ଏମିତିକି ଛାତ୍ରୀ ଜଣକୁ ବାହା ହେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ତେବେ ଜଣେ ବିବାହିତ ହୋଇ ମଧ୍ୟ ନିଜ ଛାତ୍ରୀ ସହ ଏଭଳି ଆଚରଣ କରିବା ଘଟଣାର ଅଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଲୋକେ ପ୍ରିନସିପାଲଙ୍କୁ ଧରି ଖୁବ୍‌ ଛେଚିଥିଲେ । ପରେ ସଂପୃକ୍ତ ଛାତ୍ରୀଙ୍କ ପରିବାର ଲୋକ ତାଙ୍କ ନାଁରେ ଧାମରା ମେରାଇନ୍‌ ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍‌ ତାଙ୍କୁ ପୋକସୋ ଆକ୍ଟରେ ବାନ୍ଧି କୋର୍ଟ ଚାଲାଣ କରିଥିଲା । ଶିକ୍ଷକଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ ବୋଲି ଜଣାପଡ଼ିଛି ।