Odia News Portal

ମହିଳାମାନଙ୍କ ଚାଳିତ ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନ

ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ ଅିଭଯାନକୁ ସ୍ମରଣୀୟ କରିବା ପାଇଁ ପୂର୍ବତନ ରେଳପଥ ଖୋର୍ଦ୍ଧା ରୋଡ ରେଳମଣ୍ଡଳ ପକ୍ଷରୁ କେବଳ ମହିଳା ଲୋକେ ପାଇଲଟ, ସହାୟକ ଲୋକେ ପାଇଲଟ ଏବଂ ଟ୍ରେନ ଗାର୍ଡମାନଙ୍କୁ ନେଇ ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନ ଖୋର୍ଦ୍ଧା ରୋଡ ଠାରୁ ପଲାସା ମଧ୍ୟରେ ଚଳାଚଳ।

ସଶକ୍ତ ମହିଳା ମାନଦଣ୍ଡ ଠାରୁ ମଧ୍ୟ ଶକ୍ତିଶାଳୀ ଏବଂ ବର୍ଣ୍ଣନା ଠାରୁ ସୁନ୍ଦର ଅଟନ୍ତି। ପୁରୁଷମାନଙ୍କ ଦ୍ୱାରା କାର୍ଯ୍ୟ କରାଯାଉଥିବା ସମସ୍ତ କ୍ଷେତ୍ରରେ ମଧ୍ୟ ସମ ଭାଗିଦାରୀ ଅଟନ୍ତି। ‘ସମାନତା ପାଇଁ ପ୍ରତ୍ୟେକ ବିଷୟବସ୍ତୁ ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ ରେଳମଣ୍ଡଳ ପକ୍ଷରୁ ମାର୍ଚ୍ଚ ମାସ ପହିଲା ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅଭିଯାନ ପାଳନ କରାଯାଉଛି। ଏହି ଟ୍ରେନ ଖୋର୍ଦ୍ଧା ରୋଡ ଠାରୁ ପୂର୍ବାହ୍ନ ୧୦ ଘଟିବାରେ ଛାଡି ପଲାସାରେ ୫.୩୦ରେ ପହଞ୍ଚିଥିଲା। ଫେରିବା ପଥରେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନ ଆଜି ପାଲାସା ଠାରୁ ସକାଳ ୫ଘ. ୪୫ ମିନିଟରେ ଖୋର୍ଦ୍ଧା ରୋଡ ଅଭିମୁଖେ ଯାତ୍ରା କରିଥିଲା।

ମହିଳାମାନଙ୍କ ଦ୍ୱାରା ପରିଚାଳିତ ଏହି ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନରେ ମହିଳା ଲୋକୋ ପାଇଲଟ ଶ୍ରୀମତୀ ମୁନ୍ନି ଟିଗା, ସହାୟକ ଲୋକୋ ପାଇଲଟ ରାଜେଶ୍ୱରୀ ବିଶ୍ୱାଳ ଏବଂ ଟ୍ରେନ ଗାର୍ଡ ଶ୍ରୀମତୀ ରେବତୀ ସିଂ ପରିଚାଳନା କରିଥିଲେ। ମହିଳା ଟ୍ରେନ କର୍ମଚାରୀମାନଙ୍କ ବିଶ୍ରାମ ନେବା ପାଇଁ ରେଳମଣ୍ଡଳ ପକ୍ଷରୁ ବିଭିନ୍ନ ଷ୍ଟେସନରେରନିଂ ରୁମର ବ୍ୟବସ୍ଥା କରାଯାଇଛି।