ବରଗଡ଼ : ମହିଳାଙ୍କ ମାନବିକତାର ନିଆରା ନିଦର୍ଶନ । ବରଗଡ଼ରେ ଅନ୍ତର୍ଜାତୀୟ ମହିଳା ଦିବସରେ ଉଦାହରଣ ସୃଷ୍ଟି କଲେ ମହିଳା । ସଦର ଥାନା ଅମ୍ବାପାଲିରେ ଟ୍ରାକ୍ଟର ଦୁର୍ଘଟଣାରେ ଦୁଇ ମୃତକଙ୍କ ଅନ୍ତିମ ସଂସ୍କାର କରିଛନ୍ତି କିଛି ମହିଳା ।
ଦେବରାଜ ରଣା ଓ କୁଅଁର ମୃତଦେହକୁ କୋକେଇରେ କାନ୍ଧେଇ ମହିଳାମାନେ ବରଗଡ଼ ଜୀରାନଦୀ କୂଳକୁ ନେଇଥିଲେ । ସେଠାରେ ଶ୍ମଶାନରେ ଯଥାରୀତି ଅନ୍ତିମ ସଂସ୍କାର କରିଥିଲେ । ଯାହାକୁ ନେଇ ବିଭିନ୍ନ ମହଲରେ ସେମାନଙ୍କ ପ୍ରଶଂସା କରାଯାଇଛି ।
