Odia News Portal

ଲଜ୍ଜାଜନକ ଘଟଣା : ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଭାଙ୍ଗି ଦୁଇ ଗିରଫ

କଟକ :  କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ପଦାକୁ ଆସିଛି।  ସିଢେ। ପଂଚାୟତର ତାରିଣୀଛକ ନିକଟରେ ଥିବା ଗାନ୍ଧୀ ମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଜଣାପଡିଛି । ଦୁର୍ବୃତ୍ତମାନଙ୍କର ଏଭଳି ହୀନ ମାନସିକତାକୁ ସାଧାରଣ ଲୋକେ ଘୋର ନିନ୍ଦା କରିଛନ୍ତି। କିନ୍ତୁ ସ୍ଥାନୀୟ ଲୋକେ ଦୁର୍ବୁତ୍ତଙ୍କ ଭୟରେ ମୁହଁ ଖୋଲୁ ନାହାନ୍ତି।

ତେବେ ପୋଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଫେରାର ଥିବା ଜଣାପଡିଛି । ଗିରଫ ଦୁଇ ଜଣ ହେଲେ ସ୍ଥାନୀୟ ଅଞ୍ଚଳର ଅବିନାଶ ମହାନ୍ତି ଓରଫ ବିଗନ ଏବଂ  ଦେବାଶିଷ ବଳ ଓରଫ ଦିପୁ। ଏମାନେ ମଦ ପିଇ ଏଭଳି ଘଟଣା ଘଟାଇ ଥିବା ପୋଲିସ ସୂଚନା ଦେଇଛି।