ମାଲକାନଗିରି : ବିଶ୍ଵ ମହିଳା ଦିବସରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ମହିଳା ମାଓବାଦୀ ଦେବେ ସେ।ଡି । ଛତିଶଗଡ ଦାନ୍ତେୱାଡା ଜିଲ୍ଲାର ଦେବେ ସୋଡି ୨୦୧୨ରେ ମାଓ ସଂଠନରେ ଯୋଗ ଦେଇଥିଲେ । ଗତ ଆଠ ବର୍ଷ ମଧ୍ୟରେ ଛତିଶଗଡ ଓ ମାଲକାନଗିରି ଜିଲ୍ଲାରେ ଅନେକ ହିଂସା କାଣ୍ଡ ଘଟାଇଛନ୍ତି । ନିକଟରେ ତାଙ୍କୁ ଦରଭା ନକ୍ସଲ ସଂଗଠନର ଏସିଏମ ରାଙ୍କ ମିଳିଥିଲା । ତାଙ୍କ ମୁଣ୍ଡ ଉପରେ ପୂର୍ବରୁ ରାଜ୍ୟ ସରକାର ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ ।
ମାଓ ସଂଗଠନରେ ଏବେ କୌଣସି ନୀତି ଆଦର୍ଶ ନଥିବାବେଳେ ମହିଳା ମାଓବାଦୀମାନଙ୍କୁ ମାଓ ସଂଗଠନରେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଛି । ତେଣୁ ଦେବେ ସୋଡି ନକ୍ସଲ ସଂଗଠନ ଛାଡି ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା କହିଛନ୍ତି ମାଲକାନଗିରି ଏସପି । ଦେବେଙ୍କ ସହ ପୂର୍ବରୁ ମାଲକାନଗିରି ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା ୧୬ ଜଣ ମହିଳା ମାଓବାଦୀଙ୍କୁ ବିଶ୍ଵ ମହିଳା ଦିବସରେ ସମ୍ମାନିତ କରାଯାଇଛି । ଏହାକୁ ଦେଖି ଅନ୍ୟ ମାଓବାଦୀମାନେ ସମାଜର ମୁଖ୍ୟ ସ୍ରେ।ତରେ ସାମିଲ ହେବେ ବୋଲି ଆଶା ରଖିଛି ମାଲକାନଗିରି ପୋଲିସ ।
