Odia News Portal

ବାଦାମବାଡି ବସ୍‌ ଷ୍ଟାଣ୍ଡ ପରିଦର୍ଶନ କଲେ ୫-ଟି ସଚିବ

କଟକ: କଟକରେ ୫-ଟି ସଚିବ ଭି. କେ ପାଣ୍ଡିଆନ୍‌ । ଭୋରରୁ ଅଚାନକ କଟକ ବାଦାମବାଡି ବସ୍‌ ଷ୍ଟାଣ୍ଡ ପରିଦର୍ଶନ କରିଥିଲେ । ବସ୍‌ ଷ୍ଟାଣ୍ଡର ଉନ୍ନତିକରଣ ପାଇଁ ସ୍ଥିତିର ସମୀକ୍ଷା କରିଛନ୍ତି ପାଣ୍ଡିଆନ । ଏହା ପରେ ବାଦାମବାଡି ସେସୁ କାର୍ଯ୍ୟାଳୟ, ଏସ୍‌ସିବି ସମ୍ପ୍ରସାରଣ ପାଇଁ ରାଣୀହାଟ ଯୋବ୍ରା ଅଞ୍ଚଳରେ ଚାଲିଥିବା କାମ ଓ ହାଡିଆପଟା କାମ ବୁଲି ଦେଖିଥିଲେ ।

ଶେଷରେ ମ୍ୟାରିଟାଇମ୍‌ ମ୍ୟୁଜିୟମ୍‌ରେ ବିଭାଗୀୟ ଅଧିକାରୀଙ୍କ ସହିତ ସମୀକ୍ଷା କରିଥିଲେ । କ୍ରିଷନ କୁମାର, ସୁରେନ୍ଦ୍ର କୁମାର, ମାଥିମତ, ଆରଡିସି ଅନୀଲ ସାମଲ, ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ, ସିଏମ୍‌ସି କମିଶନର ଅନନ୍ୟା ଦାସ, ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ସମେତ ବହୁ ଉଚ୍ଚ ଅଧିକାରୀ ଉପସ୍ଥିତ ଥିଲେ ।