ବର୍ତ୍ତମାନ କୌଣସି ବି ସରକାରୀ କାମ ପାଇଁ ଆଧାର କାର୍ଡ ଏକ ଗୁରୁତ୍ୱପୂଣ୍ଣ ବା ବାଧ୍ୟତାମୂଳକ ଦସ୍ତାବିଜ୍। ବିନା ଆଧାର କାର୍ଡରେ ଏଣିକି କୌଣସି ବି କାମ ହୋଇପାରୁନାହିଁ। ଆପଣ କୌଣସି ବି ସରକାରୀ କିମ୍ବା ବେସରକାରୀ ସଂସ୍ଥାକୁ ଯାଆନ୍ତୁ ପ୍ରଥମେ ଆଧାର କାର୍ଡ ଦରକାର। କାହିଁକିନା ଏବେ ଆଧାର କାର୍ଡ ହେଉଛି ସମସ୍ତଙ୍କର ପରିଚୟ। ଆପଣମାନେ ଜାଣିଥିବେ ଯେ କେନ୍ଦ୍ର ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି ଯେ ଆଧାର ଆଉ ପାନ୍ କାର୍ଡର ସଂଯୋଗ ବାଧ୍ୟତାମୂଳକ। ସେହିପରି ଯଦି ଆପଣ ଏବେ ଆଧାର ଏବଂ ପାନକୁ ସଂଯୋଗ କରୁନାହାନ୍ତି ତେବେ ବହୁତ ପ୍ରକାର ସମସ୍ୟାର ସାମ୍ନା କରିପାରନ୍ତି। ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟର କହିବାନୁଯାୟୀ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ AADHAAR ସହିତ ପାନ ନହୋଇଥିଲେ ସେହି ପାନ କାର୍ଡ ନିଷ୍କ୍ରୀୟ ହୋଇଯିବ। ଗତ ବର୍ଷ ପାନ ଏବଂ ଆଧାର କାର୍ଡ ସଂଯୋଗ କରିବାର ଡେଡଲାଇନ ଅନେକ ଥର ବଢ଼ି ସାରିଛି। ପ୍ରାୟ ୩୦.୭୫ କୋଟି ଲୋକ ନିଜର ପାନ କାର୍ଡକୁ ଆଧାର ସହିତ ଲିଙ୍କ୍ କରାଇସାରିଛନ୍ତି। ସେହିପରି ୧୭.୫୮ କୋଟି ପାନ କାର୍ଡକୁ ଏବେ ବି ଆଧାର ସହିତ ଲିଙ୍କ୍ କରାଯାଇନାହିଁ।
କିନ୍ତୁ ଆପଣମାନଙ୍କୁ ଆମେ କହିରଖୁଛୁ ଯେ ଏପରି କରିବା ବାଧ୍ୟତାମୂଳକ ଏବଂ ଯଦି ଆପଣ ଏମିତି ନ କରୁଛନ୍ତି ତେବେ ଆୟକର ବିଭାଗ ଆପଣଙ୍କ ଉପରେ ୧୦,୦୦୦ ଟଙ୍କା ଜରିମାନା ରାଶି ଲଗାଇପାରନ୍ତି। ତେବେ ବର୍ତ୍ତମାନ ସରକାରଙ୍କ ବର୍ଦ୍ଧିତ ସମୟ ଅନୁଯାୟୀ ମାର୍ଚ୍ଚ ୩୧ ହେଉଛି ଶେଷ ତାରିଖ। ଆଉ ଆପଣଙ୍କୁ ଏହି ଡେଡଲାଇନ୍ ପୁର୍ବରୁ ହିଁ ଆପଣଙ୍କ ଆଧାର ସହିତ ପାନକୁ ଲିଙ୍କ୍ କରାଇବାକୁ ପଡିବ। ଯଦି ଆପଣ ଏବେ ଭାବୁଛନ୍ତି ଯେ ଆଧାର ଆଉ ପାନ କାର୍ଡକୁ ଲିଙ୍କ ବା ସଂଯୋଗ କେମିତି କରିବେ କିମ୍ବା ଆପଣ ଏପର୍ଯ୍ୟନ୍ତ ଆଧାର ଆଉ ପାନ କାର୍ଡକୁ ଲିଙ୍କ୍ କରିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏଠାରେ ଜଣାଇବୁ ସମ୍ପୂର୍ଣ୍ଣ ପ୍ରଣାଳୀ, ଯାହା ସାହାଯ୍ୟରେ ଆପଣ ଅତି ସହଜରେ ଘରେ ବସି ମଧ୍ୟ ଆଧାର ସହିତ ପାନ କାର୍ଡକୁ ଲିଙ୍କ କରାଇପାରିବେ।
ଅନଲାଇନ ଜରିଆରେ ବି କରିପାରିବେ ପାନ ସହ ଆଧାର ଲିଙ୍କ
ଆପଣ ରେଜିଷ୍ଟର୍ଡ ୟୁଜର ନଥିଲେ
ଯଦି ଆପଣଙ୍କର ଆକାଉଣ୍ଟ୍ ନାହିଁ ତେବେ ନିଜକୁ ପ୍ରଥମେ ଏଠାରେ ରେଜିଷ୍ଟର କରାନ୍ତୁ ।
• ଏହାପରେ ଆୟକର ବିଭାଗର ଇ-ଫାଇଲ୍ ୱେବସାଇଟ୍ (www.incometaxindiaefiling.gov.in) କୁ ଯାଆନ୍ତୁ ।
