କାଠୁଆ : ଜାମ୍ମୁ-କାଶ୍ମୀରର କାଠୁଆ ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମନାକୁ ଆସିଛି। ମଙ୍ଗଳବାର ହୋଲି ଦିନ ମଦ ନିଶାରେ ଜଣେ ବ୍ୟକ୍ତି ୩ବର୍ଷର ଶିଶୁକୁ ଦୁଷ୍କର୍ମ କରିଛି। ଶିଶୁଟି ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତି କରିଛନ୍ତି।
ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ସେ ନିଜ ଦୋଷ ମଧ୍ୟ ସ୍ବୀକାର କରିଛି। ପୀଡ଼ିତ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ ତା’ର ଚିକିତ୍ସା ଚାଲିଛି। ପୀଡ଼ିତା ଶିଶୁର ପରିବାର ଲୋକେ ଦୋଷୀକୁ ଫାଶୀ ଦଣ୍ଡ ଦିଆଯିବାକୁ ଗୁହାରୀ କରିଛନ୍ତି।
