ଖୋର୍ଦ୍ଦା : ଜବତ ହେଲା ୮୭ଗ୍ରାମ ବ୍ରାଉନସୁଗାର। ଏହାର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ। ଖୋର୍ଦ୍ଦା ଜଟଣୀ ଅଞ୍ଚଳରୁ ବ୍ରାଉନସୁଗାର ଜବତ ହୋଇଛି। କମିଶନରେଟ ପୋଲିସ ଡ୍ରଗ ଟ୍ୟାକ୍ସ ଫୋର୍ସ ୨ଟି ସ୍ଥାନରେ ଚଢାଉ କରିଥିଲା। ଚଢାଉରେ ୮୭ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ପୋଲିସ ।
ଅଭିଯୁକ୍ତ ସୁକାନ୍ତଙ୍କ ଘର ପଟ୍ଟାମୁଣ୍ଡାଇ ଅଞ୍ଚଳର ହୋଇଥିବା ବେଳେ ଦିଲ୍ଲୀପର ଘର ଖୋର୍ଦ୍ଧା ଜରିପୁଟ ଅଞ୍ଚଳର ବୋଲି ଜଣାପଡିଛି । ନୟାପଲ୍ଲୀ ଅଞ୍ଚଳର ଲକ୍ଷ୍ମଣ ନାୟକ ବସ୍ତିରୁ ସୁକାନ୍ତ ବେହେରା ଓ ଜଟଣୀ ଥାନା ଅଧିନ ଆଇଆଇଟି ରୋଡରୁ ଦିଲ୍ଲୀପ ହରିଚନ୍ଦନ ଧରା ପଡିଥିଲେ । ସେମାନଙ୍କ ଠାରୁ ବାଇକ ସହ ନଗଦ ଟଙ୍କା ଜବତ କରିଛି ପୋଲିସ ।
