Odia News Portal

ଲଗାଣ ବର୍ଷା ଯୋଗୁଁ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ବାତିଲ

ଧର୍ମଶାଳା : ଗତ ସେପଟେମ୍ବର ମାସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ର ଅବସ୍ଥା ଯାହା ହୋଇଥିଲା ଆଜି ପ୍ରଥମ ଦିନିକିଆ ମ୍ୟାଚ୍‌ର ଅବସ୍ଥା ମଧ୍ୟ ସେଇଆ ହୋଇଛି । ଲଗାଣ ବର୍ଷା ଯୋଗୁଁ ମ୍ୟାଚ୍‌ଟି ସମ୍ପୂର୍ଣ୍ଣ ଭାବେ ବାତିଲ ହୋଇଯାଇଛି । ପଡ଼ିଆ ଓଦା ରହିବା ସହ ଲଗାତର ବର୍ଷା ଯୋଗୁଁ ଟସ୍‌ ବି ପଡ଼ି ପାରିନଥିଲା । ପ୍ରାୟ ୪ ଘଣ୍ଟା ଧରି ଖେଳାଳି ଓ ଅମ୍ପାୟାର ଅପେକ୍ଷା କରି ରହିବା ପରେ ମ୍ୟାଚ୍‌କୁ ବାତିଲ ଘୋଷଣା କରାଯାଇଥିଲା ।

ସେପଟେ କରୋନା ଡରରେ ବିସିସିଆଇ ଜାରି କରିଥିବା ଗାଇଡ୍‌ ଲାଇନ୍‌ ଅନୁସାରେ ଖେଳାଳିମାନେ ନିଜ ନିଜ ରୁମ୍‌ ଭିତରେ ରହିଥିବା ଦେଖା ଯାଇଥିଲା । ଷ୍ଟାଡିୟମ୍‌ରେ ଅଳ୍ପ କିଛି ଦର୍ଶକ ଉପସ୍ଥିତ ଥିଲେ । ଯେଉଁମାନେ ଶେଷରେ ନିରାଶ ହୋଇ ଫେରିଗଲେ । ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ୧୫ ତାରିଖ ଦିନ ଲକ୍ଷ୍ନୌରେ ଏବଂ ତୃତୀୟ ତଥା ଶେଷ ମ୍ୟାଚ୍‌ କୋଲକାତାରେ ୧୮ ତାରିଖ ଦିନ ଖେଳାଯିବ ।