ଭୁବନେଶ୍ବର : ପୁଣି ଭୁବନେଶ୍ବର ବିମାନବନ୍ଦରରୁ ଜବତ ହେଲା ସୁନା । ୬୧୦ ଗ୍ରାମ୍ ସୁନା ଜବତ କଲା ସିଆଇଏସଏଫ । ଜବତ ସୁନାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ୫୦ ହଜାର ଟଙ୍କା ହୋଇଥିବା ଜଣାପଡିଛି । ବ୍ୟାଙ୍କକରୁ ଆସିଥିବା ଯାତ୍ରୀ ଅମରଜିତ୍ ସିଂହଙ୍କଠାରୁ ଏହି ସୁନା ଜବତ ହୋଇଥିବା ନେଇ ସୂଚନା ମିଳିଛି । ଜବତ ହୋଇଥିବା ସୁନା ଅଷ୍ଟ୍ରେଲିଆନ୍ ଗୋଲ୍ଡ ବୋଲି ଜଣାପଡିଛି । ଜବତ ସୁନାକୁ କଷ୍ଟମ୍ସ ବିଭାଗକୁ ହସ୍ତାନ୍ତର କରିଛି ସିଆଇଏସଏଫ । ତେବେ ଯାତ୍ରୀ ଜଣଙ୍କୁ ଅଟକ ରଖାଯାଇଛି ।