Odia News Portal

ପୋଲ ଉଡାଇଦେବାକୁ ଲଗିଛି ଧମକ ପୂର୍ଣ୍ଣ ଚିଠି

ଗଜପତି : ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ମହେନ୍ଦ୍ରଗଡ ନିକଟସ୍ଥ କୂଆଁପଡା ପୋଲରେ ଲଗାଯାଇଛି ଧମକ ପୂର୍ଣ୍ଣ ଚିଠି। ଏହି ଚିଠିରେ ଲେଖାଯାଇଛି  ଯେ ‘ବ୍ରିଜ୍ ଦେଇ  କେହି ଯାଆନ୍ତୁ  ନାହିଁ, କାହିଁକିନା  ଏହି ବ୍ରିଜଟିକୁ ବ୍ଲାଷ୍ଟିଂ କରାଯିବ’।

ଏଭଳି ଧମକପୂର୍ଣ୍ଣ ଚିଠି କିଏ ଓ କାହିଁକି ଲାଗାଇଛି ଜଣା ପଡିନଥିବା ବେଳେ ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି  ଘଟଣାକୁ ନେଇ ସ୍ଥାନୀୟ ଲୋକେ ନଦୀପଠାକୁ ଯିବା ପାଇଁ ସୂରକ୍ଷିତ ମଣୁନାହାନ୍ତି ।