ପୁରୀ : ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିବା କରୋନା ଭୂତାଣୁକୁ ନେଇ ରାଜ୍ୟ ସରକାର ମାର୍ଚ୍ଚ ୩୧ ପ୍ରଜନତା ସମସ୍ତ ସ୍କୁଲ, କଲେଜ, ପ୍ରଯ୍ୟଟନ କ୍ଷେତ୍ର ଓ ବିଧାନସଭା ବନ୍ଦ ରଖିଛନ୍ତି । ଶନିବାର ପୁରୀ ବୁଲିବାକୁ ଆସିଥିବା ଜଣେ ବିଦେଶୀ ନାବାଳିକାଙ୍କୁ କରୋନା ସନ୍ଦିଗ୍ଧଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, ୟୁରୋପର ଲିଥୁଆନିଆର ନାବାଳିକା ଦୀର୍ଘ ୩ ସପ୍ତାହ ଧରି ଥଣ୍ଡା କାଶରେ ପୀଡିତ ହୋଇଥିଲେ। ଶନିବାର ପ୍ରଥମେ ତାଙ୍କ ପରିବାର ସହ ଏକ ବେସରକାରୀ ହସ୍ପିଟାଲ ଚିକିତ୍ସିତ ହେବା ପାଇଁ ଯାଇଥିବା ବେଳେ ତାଙ୍କୁ ସେହି ହସପିଟାଲ ପୁରୀ ବଡଡାକ୍ତରଖାନାକୁ ପଠାଇଥିଲେ। ତାପରେ ପୁରୀ ସଦର ଚିକିତ୍ସାଳୟରେ ତାଙ୍କୁ ଭର୍ତି କରାଯାଇଛି। ପୁରୀ ବଡଡାକ୍ତରଖାନା ଡାକ୍ତରଣୀ କୁମୁଦିନି ମିଶ୍ର କରୋନା ସନ୍ଦିଗ୍ଧଙ୍କୁ ଚିକିତ୍ସା କରୁଛନ୍ତି । ଏବେ କରୋନା ସନ୍ଦିଗ୍ଧଙ୍କୁ କରୋନା ଆଇସୋଲେସନରେ ରଖାଯାଇ ଚିକିତ୍ସା ଧୀନ ଅବସ୍ଥାରେ ରଖିଛନ୍ତି ।
