କଟକ : ବର୍ତ୍ତମାନ କରୋନା କୁ ରାଜ୍ୟ ସରକାର ମହା ବିପତ୍ତି ଘୋଷଣା କରିବା ପରେ ସମସ୍ତେ ତତ୍ପର ହୋଇଯାଇଛନ୍ତି। ଏହି ପରିପ୍ରେକ୍ଷୀରେ ପୋଲିସ ବିଭାଗ ମଧ୍ୟ ବେଶ ତତ୍ପର ହୋଇଯାଇଛି।
ଥାନାରେ ପଶିବା ପୂର୍ବରୁ ହାତ ଧୋଇଲେ ଉଭୟ କର୍ମଚାରୀ ଓ ସାଧାରଣ ଲୋକ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ ବାଦାମବାଡ଼ି ଥାନା ରେ। କରୋନାର ଏକମାତ୍ର ପ୍ରତିଷେଧକ ହେଉଛି ନିଜେ ସ୍ୱଚ୍ଛ ରହିବା ତେଣୁ ଏହି ମନ୍ତ୍ର ଆପଣେଇଛି ପୋଲିସ ବିଭାଗ। ଏମିତିକି ଥାନା ଅଧିକାରୀ ହିମାଂଶୁ ସ୍ୱାଇଁ ନିଜେ ଏହା ଉପରେ ତଦାରଖ କରୁଥିଲେ।
