ୱାଶିଂଟନ୍ : ଆମେରିକାରେ ଇଣ୍ଟରନେଟ୍ ସେବା ପ୍ରଦାନକାରୀ କମକଷ୍ଟ(Comcast) ୬୦ ଦିନ ପାଇଁ ମାଗଣା ୱାଇଫାଇ ପ୍ରଦାନ କରିବାକୁ ଘୋଷଣା କରିଛି । କରୋନା ଭାଇରସ ବ୍ୟାପିବାରୁ ଏମିତି ପଦକ୍ଷେପ ନିଆଯାଇଛି ଯାହାଦ୍ୱାରା ଲୋକମାନେ ନିଜ ପ୍ରିୟଜନଙ୍କ ସହ ସମ୍ପର୍କ ରଖିବାରେ କୌଣସି ଅସୁବିଧା ନହେବ । କମକଷ୍ଟ ଅନୁଯାୟୀ, ହଟସ୍ପଟ୍ ମାଧ୍ୟମରେ ସାରା ଦେଶରେ ମାଗଣା ୱାଇଫାଇ ଉପଲବ୍ଧ ହେଉଛି।
ଏଥିରେ ପ୍ରଥମେ ହଟସ୍ପଟରେ ‘xfinitywifi’ ଚୟନ କରିବାକୁ ପଡିବ । ଏହା ପରେ ହଟସ୍ପଟରେ ନଟୱର୍କ ନାଁ ଆସିବ ଯାହା ପରେ ବ୍ରାଉଜର ଲଞ୍ଚ ହେବ । Xfinity Internet ଗ୍ରାହକ ନିଜ ୟୁଜରନେମ୍ ଓ ପାସୱର୍ଡ ଦେବାମାତ୍ରେ ଅଟୋମେଟିକାଲି Xfinity ହଟସ୍ପଟ୍ ସହି କନେକ୍ଟ ହୋଇଯିବ ।
ଏହା ବ୍ୟତୀତ, ଯେଉଁମାନେ Xfinity ଇଣ୍ଟରନେଟର ସବସ୍କ୍ରାଇବର ନୁହଁନ୍ତି, ସେମାନଙ୍କୁ ‘Not an Xfinity internet customer’ ବିଭାଗକୁ ଯାଇ ସାଇନ୍-ଇନ୍ ପୃଷ୍ଠାରୁ ଆରମ୍ଭ କରିବାକୁ ପଡିବ । ଅଣ-ଗ୍ରାହକଙ୍କୁ ପ୍ରତି ଦୁଇ ଘଣ୍ଟାରେ କମ୍ପ୍ଲିମେଣ୍ଟ୍ରୀ ସେସନକୁ ରିନ୍ୟୁ କରିବାକୁ ଅନୁମତି ମିଳିବ ।
କମ୍ପାନୀ ଘୋଷଣା କରିଛି କି ବର୍ତ୍ତମାନ ପାଇଁ ଡାଟା ପ୍ଲାନର କୌଣସି ଲିମିଟ୍ ନାହିଁ । କମକଷ୍ଟ ନିଜ ଷ୍ଟେଟମେଣ୍ଟରେ କହିଛି କି କରୋନା ଭାଇରସ ଯୋଗୁଁ ଘରୁ କାମ ଓ ପାଠ ପଢୁଥିବା ଆମ କଷ୍ଟମର ଯାଗୁଁ ଆମେ ଫ୍ରି ଡାଟା ଦେବା ପାଇଁ ଚାହୁଁଛୁ । ଏହା ଫଳରେ ବିନା କୌଣସି ସମସ୍ୟାରେ ସମସ୍ତେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ । କମ୍ପାନୀ ଏହା ମଧ୍ୟ କହିଛି ଯେ ୬୦ ଦିନ ପର୍ଯ୍ୟନ୍ତ ବିନା କୌଣସି ଚାର୍ଜରେ ଗ୍ରାହକଙ୍କୁ ଅନଲିମିଟେଡ୍ ଡାଟା ପ୍ରଦାନ କରାଯିବ
