Odia News Portal

ଏହି ଠାରେ ସ୍ଥାପିତ ହେଲା ଦେଶର ସବୁଠାରୁ ବଡ଼ ଅଶୋକ ଚକ୍ର

ହରିୟାଣା ଯମୁନା ନଗରର ଟୋପରାକଲା ଗାଁରେ ଗତବର୍ଷ ଜାନୁଆରୀରେ ଲୁହାର ଧର୍ମଚକ୍ର ସ୍ଥାପିତ କରାଯାଇଥିଲା। ଏବେ ଏହା ‘ଲିମିକା ବୁକ ଅଫ ରେକର୍ଡ’ ରେ ସ୍ଥାନ ପାଇଛି। ଏହାକୁ ଦେଶର ସବୁଠାରୁ ବଡ଼ ଧର୍ମଚକ୍ର ରୂପେ ସାର୍ଟିଫିକେଟ ମିଳିଛି। ୬ ଟନ ଓଜନର ଏହି ଧର୍ମଚକ୍ର ବ୍ୟାସ ହେଉଛି ୩୦ ଫୁଟ। ଏଥିରେ ୨୪ଟି ଅଖ ଲାଗିଛି। କହି ରଖୁଛୁ, ୨୫୦୦ ବର୍ଷ ପୂର୍ବେ ଅଶୋକ ଚକ୍ରକୁ ଧର୍ମଚକ୍ର କୁହାଯାଉଥିଲା।

ଯମୁନା ନଗରର ଦୁଇ ଭାଇ ସିଦ୍ଧର୍ଥ ଗୌରୀ ଓ ଡା. ସତ୍ୟଦୀପ ନିଲ ଗୌରୀ ଏହାର ମୁଖ୍ୟ ଦାୟିତ୍ୱ ନେଇଥିଲେ। ପଞ୍ଚାୟତ ସହଯୋଗରେ ଚକ୍ର ସ୍ଥାପନ କରାଯାଇଥିଲା। କମଲ ଇଞ୍ଜିନିୟରିଂ ଚକ୍ରର ଡିଜାଇନ କରିବା ସହ ନିର୍ମାଣରେ ମୁଖ୍ୟ ଭୂମିକା ତୁଲାଇଥିଲା। ଏହି ବିଶାଳ ଚକ୍ରକୁ ନିର୍ମାଣ କରିବାରେ ୨୪୦ ଦିନ ସମୟ ଲାଗିଥିଲା।