Odia News Portal

୨୨କେଜି ଗଞ୍ଜେଇ ଜବତ, ୨ ଗିରଫ

ଦାରିଙ୍ଗବାଡ଼ି : ୨୨କେଜି ଗଞ୍ଜେଇ ସହ ହୁଣ୍ଡାଇ କାର ଜବତ, ଦୁଇ ବ୍ୟବସାୟୀ ଗିରଫ ।ବାଲିଗୁଡାରୁ ବ୍ରହ୍ମପୁର ଯାଉଥିବା ବେଳେ  ଦାରିଙ୍ଗବାଡ଼ି ପୋଲିସ ସୁଲୁମାହା ଘାଟିରେ ହୁଣ୍ଡାଇ କାରକୁ ଅଟକାଇ ଥିଲା।  ହେଲେ ସେତିକିବେଳେ ଡ୍ରାଇଭର ଗାଡି ଛାଡି ଜଙ୍ଗଲକୁ ଦୌଡି ଚାଲିଯାଇଥିଲା କିନ୍ତୁ ଘଟଣା ସ୍ଥଳରୁ ଅନ୍ୟ ଦୁଇ ଅଭିଯୁକ୍ତକୁ ପୋଲିସ କାବୁକରି ନେଇଥିଲା । ହୁଣ୍ଡାଇ କାର ନମ୍ବର ହେଲା OR02AH5567 ଥିବାବେଳେ ଗାଡିର ମାଲିକ ନାମ ମନୋଜ ଦିଗାଳ ନାମରେ ରହିଛି।  ଗାଡିଟି ଭୁବେନେଶ୍ୱର ରେଜିଷ୍ଟ୍ରେସନ ନମ୍ବର ଥିବାରୁ ଏହା ଠିକ ନମ୍ବର ନା ଏହା ଲଗାଯାଇଛି ତାହା ଜଣାପଡିନାହିଁ । ଅଭିଯୁକ୍ତ ଦୁଇଜଣ ହେଲେ ବାଲିଗୁଡା ଥାନା ଅନ୍ତର୍ଗତ ବରିକିଆ ଗ୍ରାମର ଗେଗୁ ମଲ୍ଲିକ ଏବଂ ଗୋବିନ୍ଦ ମଲ୍ଲିକ।

ଆଇଆଇସି ଏହି ଚଢାଉର ନେତୃତ୍ୱ ନେଇ ଏହି ହୁଣ୍ଡାଇ କାରକୁ ଚଢ଼ାଉ କରି ୨୨ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛନ୍ତି।  ଅଭିଯୁକ୍ତମାନଙ୍କୁ ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ଗିରଫ କରି କୋର୍ଟ ଚାଳଣ କରାଯାଇଛି । ପୋଲିସ ପକ୍ଷରୁ ଏକ ମାମଲା (ନଂ. ୪୦/୨୦) ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଅପରପକ୍ଷରେ ଏହି ଚୋରା ଗଞ୍ଜେଇ କେଉଁ ଅଞ୍ଚଳରୁ ଅଣାଯାଇଥିଲା ସେ ନେଇ କୌଣସି ସୂଚନା ମିିଳିପାରି ନାହିଁ ବୋଲି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି ।