Odia News Portal

ନାବାଳିକା ବିବାହ ପଣ୍ଡ କଲା ଚାଇଲଡ଼ ଲାଇନ

ବ୍ରଜରାଜନଗର : ନାବାଳିକା ବିବାହ ପଣ୍ଡ କଲା ଚାଇଲଡ଼ ଲାଇନ। ବ୍ରଜରାଜନଗର ସ୍ଥିତ ରାମଚଣ୍ଡୀ ମନ୍ଦିର ରେ ବିବାହ କରିବା ପାଇଁ ପହଁଚିଲା ବେଳେ ପ୍ରଶାସନ କାବୁ କଲା ନାବାଳିକା ଓ ବିବାହ ପାଇଁ ଆସିଥିବା ନାବାଳକ ବରକୁ।

ଉଭୟଙ୍କୁ ଆଣି ସିଡବ୍ଲୁସିରେ ଉପସ୍ଥାପନ କରାଇବା ପରେ ଉଭୟଙ୍କୁ ଓପନ ସେଲଟର ହୋମ କୁ ପଠାଇ ଦିଆଯାଇଛି ।ଫେସବୁକ ଚାଟିଂ କରି ପଞ୍ଜାବ ର ଜଣେ ନାବାଳିକା ବ୍ରଜରାଜନଗର ର ଜଣେ ନାବାଳକ ସହ ଫସିବା ପରେ ପୁଅଟି ଝିଅକୁ ଗୋଆ ଯାଇ ନେଇ ଆସିଥିଲା।ଝିଅ ବାହାନା କରି ପଞ୍ଜାବରୁ ଗୋଆ ଚାଲି ଆସିଥିଲା।ଆଜି ପୁଅର ପରିବାର ପକ୍ଷରୁ ନାବାଳିକାକୁ ବଧୁ କରିବାକୁ ଉଭୟଙ୍କ ବିବାହ ପାଇଁ ଚଣ୍ଡୀ ମନ୍ଦିର ରେ ପହଞ୍ଚିଥିଲେ ।

ଏହି ଦୁଇ ଜଣଙ୍କୁ ସିଡବ୍ଲୁସିରେ ଉପସ୍ଥାପନ ପରେ ଆସନ୍ତା କାଲି ନାବାଳିକା କୁ ତା ପରିବାରକୁ ଫେରାଇବାକୁ ପଂଜାବର ଚାଇଲଡ଼ ଲାଇନ ସହ ଯୋଗାଯୋଗ କରାଯିବା। ବର ସାଜିଥିବା ନାବାଳକର ବୟସ ପ୍ରମାଣ ସଂଗ୍ରହ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୁଲିସ ।