ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ବିଦେଶ ଫେରନ୍ତା ଭଉଣୀର କରୋନା ପଞ୍ଜିକରଣ କରାଇ ଚର୍ଚ୍ଚାରେ ଥିବା ନବୀନଙ୍କୁ ପ୍ରଧାନମନ୍ତ୍ରୀ ବି ପ୍ରଶଂସା କରିବାକୁ ଭୁଲି ନାହାଁନ୍ତି। ନବୀନଙ୍କ ଟ୍ୱିଟ ପରେ ମୋଦି ନିଜେ ଟ୍ୱିଟ କରି ଲେଖିଛନ୍ତି, ନବୀନ ବାବୁ ଏପରି କରି ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି। ଅନ୍ୟମାନେ ମଧ୍ୟ ତାଙ୍କୁ ଅନୁକରଣ କରିବା ଦରକାର। ଆମେ ସମସ୍ତେ ମିଶି କରୋନା ପାଇଁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ହେବ ବୋଲି ମୋଦି ତାଙ୍କ ଟ୍ୱିଟ ରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଭଉଣି ଗୀତା ମେହେଟ୍ଟାଙ୍କ ନାଁ ସରକାରୀ ପୋର୍ଟାଲରେ ପଞ୍ଜିକରଣ କରିଥିବା ନେଇ ଟ୍ୱିଟ କରିଥିଲେ। ସଂଗେ ସଂଗେ ଏହି ଖବର ସବୁଆଡେ ବ୍ୟାପି ଯାଇଥିଲା।
