ଭୁବନେଶ୍ବର : ବିଜେପି ଓ ବିଜେଡି ପରେ କଂଗ୍ରେସ ଆଜି ପ୍ରକାଶ କରିଛି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା । ଏହି ତାଲିକାରେ ଓଡିଶାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଣ୍ଟିଆ, ପ୍ରଦୀପ ମାଝୀ, ଚିରଞ୍ଜିବି ବିଶ୍ୱାଳ, ଭକ୍ତ ଚରଣ ଦାସ, ନରସିଂହ ମିଶ୍ର, ପଞ୍ଚାନନ କାନୁନ୍ଗୋ, ଶରତ ପଟ୍ଟନାୟକ, ଶରତ ରାଉତ, ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକ, ଗଣେଶ୍ୱର ବେହେରା, ପଦ୍ମାକର ଗୁରୁ, ଶିବାନନ୍ଦ ରାୟ, ବିଶ୍ୱ ରଞ୍ଜନ ମହାନ୍ତି, ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ନାଁ ରହିଛି । ଷ୍ଟାର ପ୍ରଚାରକ ତାଲିକାରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପ୍ରିୟଙ୍କା ଗାନ୍ଧୀ, ଟି.ଏସ ସିଂହଦେଓ, କଳମନାଥ, ଜ୍ୟୋତିରଦିତ୍ୟ ସିନ୍ଧିଆ, ସଚିନ ପାଇଲଟ, ନବଜୋତ ସିଂ ସିଦ୍ଧୁ, ଆଜରୁଦ୍ଦିନ, ଅଭିନେତ୍ରୀ ଖୁଶବୁ, ନଗମା, ବିଜୟ ଶାନ୍ତି, ଶର୍ମିଷ୍ଠା ମୁଖାର୍ଜୀ, ରାଜ ବବର ପ୍ରମୁଖ ରହିଛନ୍ତି