ଭୁବନେଶ୍ବର : ସ୍ୱତନ୍ତ୍ର ସର୍କିଟ୍ ହାଉସରେ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ରୁକୁଣା ରଥ ଯାତ୍ରା ସମନ୍ୱୟ ବୈଠକକୁ ସରକାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ବୈଠକ ସ୍ଥଗିତ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ପ୍ରତିଷେଧକ ପାଇଁ ସମସ୍ତ ସରକାରୀ ବୈଠକ ବନ୍ଦ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଆସନ୍ତା ଅପ୍ରେଲ ପହିଲାରେ ପଡ଼ୁଥିବା ଅଶୋକାଷ୍ଟମୀ ଉପଲକ୍ଷେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ସମନ୍ୱୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା । ଏଥିରେ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟଙ୍କ ସମେତ ମନ୍ତ୍ରୀ, ବିଧାୟକ, ବିଭିନ୍ନ ବିଭାଗୀୟ ଅଧିକାରୀ, କମିଶନରେଟ୍ ପୁଲିସର ପ୍ରତିନିଧି, ବରିଷ୍ଠ ସେବାୟତ ପ୍ରତିନିଧିଗଣ ଯୋଗ ଦେଇ ଯାତ୍ରା ପ୍ରସ୍ତୁତି ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥାନ୍ତେ । ତେବେ କରୋନା କଟକଣା ଯୋଗୁ ଏହାକୁ ବାତିଲ କରି ଦିଆଯାଇଛି ।
