Odia News Portal

ମଇଦାନକୁ ଓହ୍ଲାଇଲେ ଏକାମ୍ର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ

ଭୁବନେଶ୍ବର : ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ମଧ୍ୟ ସେତିକି ସରଗରମ ହେବାରେ ଲାଗିଛି। ଭୁବନେଶ୍ବର ଏକାମ୍ର  ବିଜେପି ବିଧାୟକ ଆଶାୟୀ ଅମିୟ ଦାସଙ୍କ ଟିକେଟ କଟିବା ପରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି  ଶଙ୍ଖ ଛାଡି ପଦ୍ମ ଟିକେଟ ହାତେଇ ଥିବା ଯୁବ​‌ ନେତା ବାବୁ ସିଂ।ଟିକେଟ କଟିବା ପରେ ଲାଗି ରହିଥିବା ଛକାପଞ୍ଝା ପରେ ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥି ବାବୁ ସିଂ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ହାତ​‌ରେ ପୁସିଙ୍ଗ କାର୍ଡ। ସାହିରୁ ସାହି ଓ୍ବାର୍ଡରୁ ଓ୍ବାର୍ଡ ବୁଲି ଚାଲିଛି ଭୋଟ ଭିକ୍ଷା। ନିର୍ବାଚନ ଯେତିକି ପାଖେଇ ଅାସୁଛି ନେତାଙ୍କ ନିର୍ବାଚନୀ ପ୍ରଚାର ସେତିକି ଉଷ୍ମ ହେବାରେ ଲାଗିଛି। ଏକାମ୍ର ବିଜେପି ଛକାପଞ୍ଝରା ପରେ ଆଜି ପ୍ରଚାର ମଇଦାନକୁ  ଓହ୍ଲାଇଲେ ବିଜେପି ଏକାମ୍ର ପ୍ରାର୍ଥୀ ବାବୁ ସିଂ।

ଏକାମ୍ର ବିଜେପି  ବିଧାୟକ ଆଶାୟୀ ଅମିୟ ଦାସଙ୍କ ଟିକେଟ କଟିବା ପରେ ୩୬ଘଣ୍ଟା ଧରି ତାଲା ପକାଇଥିଲେ  ଅମିୟଙ୍କ ସମର୍ଥକ। ଏକାମ୍ର ନିର୍ବାଚନ ମଣ୍ଡଳୀର ସୁନ୍ଦରପଦା, କପିଳେଶ୍ବର ମନ୍ଦିର ଅଞ୍ଚଳରେ ପ୍ରଚାର କରିଛନ୍ତି ବାବୁ ସିଂ। ଭୁବନେଶ୍ବର ସାଂସଦ ପ୍ରାର୍ଥୀନୀ ଅପରାଜିତାଙ୍କୁ ସାଙ୍ଗରେ ଧରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।  ଘରକୁ ଘର ବୁଲି ପ୍ରଚାର କରିବା ସହ ଶାସକ ଦଳକୁ ଟାର୍ଗେଟ କରିଛନ୍ତି।  ପୁରୁଣା ଭୁବନେଶ୍ବର ଅଞ୍ଚଳର ପାଣି ସମସ୍ୟା, ରାସ୍ତା, ସ୍ବାସ୍ଥ୍ୟ, ଅବ୍ୟବସ୍ଥିତ ପରିମଳ ବ୍ୟବସ୍ଥାକୁ ମୁଦ୍ଦା କରିଛି। ସେପଟେ ପରୁଣା ଭୂବନେଶ୍ବର ଆରାଧ୍ୟ ଠାକୁର କପଳିନାଥ ଯାଇ ନିର୍ବାଚନ ବୌତରଣୀ ପାର ହେବା​‌ ପାଇଁ ପୁଜାର୍ଚ୍ଚନା କରିଛନ୍ତି।