Odia News Portal

୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ସନ୍ଦେହ

କୋରାପୁଟ : ମାଛକୁଣ୍ଡ ଥାନା କଂଚନା ଗାଁରେ ଚାଞ୍ଚଲ୍ୟ। କାର ଭିତରେ ମୃତଦେହ । ପରିତ୍ୟକ୍ତ ଅବସ୍ଥାରେ ପଡିଥିବା କାର୍‌ ମଧ୍ୟରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ସନ୍ଧ୍ୟାରେ ନାବାଳିକା ଜଣକ ଘରର ବାହାରେ ଖେଳୁଥିବାବେଳେ ହତାଠ୍‌ ନିଖୋଜ ହୋଇଯାଇଥିଲେ।

ଏନେଇ ପରିବାରଲୋକେ ବହୁ ଖୋଜାଖୋଜି କରିବା ପରେ କାର୍‌ ମଧ୍ୟରୁ ମୃତଦେହ ମିଳିଥିଲା। ନାବାଳିକା ସହ ଅସଦାଚରଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।