Odia News Portal

ରାଜ୍ୟ ସରକାରଙ୍କ ୧୪ଟି ଜିଲ୍ଲାରେ ଲକ୍‌ ଡାଉନ୍‌

ଭୁବନେଶ୍ୱର : ରାଜ୍ୟ ସରକାର ମୋଟ୍‌ ୧୪ଟି ଜିଲ୍ଲାରେ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି । ପୁରୀ, ନୟାଗଡ, ଜଗତସିଂହପୁର, ଯାଜପୁର ,ଭଦ୍ରକ , ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡାରେ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି । ପୂର୍ବରୁ ୫ଟି ଜିଲ୍ଲାରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିଲା । ମଙ୍ଗଳବାର ସକାଳ ୭ଟାରୁ ଅତିରିକ୍ତ ୯ ଜିଲ୍ଲାରେ ଲକ୍‌ ଡାଉନ୍‌ ଜାରି କରାଯିବ ।

ପୂର୍ବରୁ ରାଜ୍ୟ ସରକାର ରାଜ୍ୟ ସରକାର ୫ଟି ଜିଲ୍ଲାରେ ଲକ୍‌ ଡାଉନ୍‌ ଘୋଷଣା କରିଥିଲେ । ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ରେ ଅଧିକ ଲୋକ ବିଦେଶରେ ରହିଥିବାରୁ ଏହା ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିଲା ।

ଅନ୍ୟ ୭ଟି ସହର ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନରେ ନିୟର ଟୋଟାଲ୍‌ ଲକ୍‌ ଡାଉନ୍‌ ଘୋଷଣା କରିଥିଲେ । ୨୯ ତାରିଖ ଯାଏଁ ଲକ୍‌ ଡାଉନ୍‌ ଘୋଷଣା ।
ଏହି ସମୟରେ କେବଳ ଅତ୍ୟାବଶୀୟକ ସେବା , ଔଷଦ, ପନିପରିବା ଗ୍ରୋସରୀ, ମାଛ ମାଂସ ଓ କ୍ଷୀର ଦୋକାନ ଖୋଲା ରହିବ ।