ଆସନ୍ତୁ ଜାଣିବା ଏହି ଭୟଙ୍କର ବିଷାଣୁର ନାଁ କାହିଁକି ରହିଛି କରୋନା… By swadhikarnews On Mar 24, 2020 କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱବାସୀ ଚିନ୍ତିତ ଅଛନ୍ତି। ଚୀନରୁ ବ୍ୟାପୁଥିବା ଏହି ଭାଇରସ ଯୋଗୁ ବର୍ତ୍ତମାନ ସର୍ବାଧିକ ଇଟାଲୀବାସୀଙ୍କ ମୃତ୍ୟୁ ଘଟିଛି। ଏହି ଭାଇରସ ଏବେ ୧୯୧ଟି ଦେଶକୁ ବ୍ୟାପିସାରିଲାଣି। ତେବେ ପ୍ରକୃତରେ କରୋନା ଭାଇରସର ସୃଷ୍ଟି କେମିତି ହେଲା ତାହାର ରହସ୍ୟ ଏବେ ଯାଏଁ ବି ବୈଜ୍ଞାନିକମାନେ ଉନ୍ମୋଚନ କରିପାରିନାହାନ୍ତି। ମାତ୍ର ଏହି ମାରାତ୍ମକ ଭାଇରସ ମନୁଷ୍ୟସୃଷ୍ଟ ବୋଲି କେତେକ ଦେଶ ଅଭିଯୋଗ କରୁଛନ୍ତି। ଅନ୍ୟପଟେ କରୋନାର ସୃଷ୍ଟି ବିଷୟରେ ଜଣାପଡିନଥିଲେ ମଧ୍ୟ ଏହାର ନାମକରଣକୁ ନେଇ ଏକ ତଥ୍ୟ ପ୍ରକାଶ ପାଇଛି। ଆସନ୍ତୁ ଜାଣିବା ଏହି ଭୟଙ୍କର ବିଷାଣୁର ନାଁ କାହିଁକି ରହିଛି କରୋନା… ସୂର୍ଯ୍ୟପରାଗ ବେଳେ ଯେତେବେଳେ ପୃଥିବୀ ସୂର୍ଯ୍ୟକୁ ସମ୍ପୂର୍ଣ୍ଣଭାବେ ଘୋଡେଇ ଦିଏ ସେତେବେଳେ ସୂର୍ଯ୍ୟ ଦୃଶ୍ୟମାନ ହୁଅନ୍ତି ନାହିଁ। କିନ୍ତୁ ତାଙ୍କ କିରଣ ଚାରିଆଡେ ବିଛୁରିତ ହୋଇପଡ଼ିଥାଏ। ଯାହା ସୂର୍ଯ୍ୟମୁଖୀ ଫୁଲ ଭଳି ଦେଖାଯାଇଥାଏ। ଫୁଲର ପାଖୁଡ଼ା ସୂର୍ଯ୍ୟଙ୍କ କିରଣ ସଦୃଶ ଦେଖାଯାଏ। ଏହାକୁ ବୈଜ୍ଞାନିକ ଭାଷାରେ କରୋନା କୁହାଯାଏ। କରୋନା ଭାଇରସର ଗଠନ ମଧ୍ୟ ସୂର୍ଯ୍ୟଙ୍କ କିରଣ ଭଳି ହୋଇଥିବାରୁ ଏହାକୁ କରୋନା ଭାବେ ନାମିତ କରାଯାଇଛି। ସୂଚନାଯୋଗ୍ୟ ଯେ ଚୀନର ବୁହାନ ସହରରୁ ଗତ ଡିସେମ୍ବର ମାସରୁ ବ୍ୟାପିବା ଆରମ୍ଭ କରିଥିବା ଏହି କରୋନା ଭାଇରସ ଏବେ ସାରା ବିଶ୍ଵକୁ ନିଜ କବ୍ଜାକୁ ନେଇସାରିଲାଣି । ବର୍ତ୍ତମାନ ଭାରତ ରେ ୪୯୯ ଜଣ କରୋନା ରେ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୯ ଛୁଇଁଛି । ସେହିପରି ଇଟାଲୀର ୬୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି। Share