ନୁଆଦିଲ୍ଲୀ : କରୋନା ନେଇ ସାରା ଦେଶକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ଭାଇରସ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦ୍ୱିତୀୟ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି । ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ଆଜି ପୁଣି ଥରେ କରୋନା ବୈଶିକ ମହାମାରୀ ନେଇ ଆଲୋଚନା କରିବା ପାଇଁ ଆପଣଙ୍କ ପାଖକୁ ଆସିଛି । ୨୨ ମାର୍ଚ୍ଚ ଜନତା କର୍ଫ୍ୟୁ ସଙ୍କଳ୍ପ କରାଯାଇଥିଲା ଏବଂ ଏହାକୁ ଦେଶବାସୀ ଦାୟିତ୍ୱପୂର୍ଣ୍ଣ ନାଗରିକ ଭାବେ ନିଜ ଯୋଗଦାନ କରିଥିଲେ ।
ଆଜି ରାତି ୧୨ ଟାରୁ ସାରା ଦେଶରେ ଏହି ଲକଡାଉନ୍ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ଗତ ଦୁଇ ଦିନ ଧରି ଦେଶର ଅନେକ ସ୍ଥାନରେ ଲକଡାଉନ୍ ହୋଇଛି । ସମସ୍ତେ ରାଜ୍ୟ ସରକାରଙ୍କ ଏହି ପ୍ରୟାସକୁ ଗମ୍ଭୀରତାର ସହ ନେବା ଉଚିତ୍।
ସମଗ୍ର ଦେଶ ପାଇଁ ସାମାଜିକ ଦୂରତା ଜରୁରୀ । କିଛି ଲୋକଙ୍କ ଅବହେଳା ଆପଣଙ୍କ ଦେଶ ଏବଂ ସମାଜକୁ ବହୁତ ଅସୁବିଧାରେ ପକାଇବ ।
