Odia News Portal

ନିର୍ମାଣ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଲେ କେନ୍ଦ୍ର ସରକାର

କରୋନା ଭାଇରସ ଯୋଗୁ ଏବେ ସବୁ ରାଜ୍ୟରେ ଲକଡାଉନ ଘୋଷଣା କରି ଦିଆଯାଇଛି । ଏଭଳି ସ୍ଥିତିରେ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦିନ ମଜୁରିଆ । କିନ୍ତୁ ଏବେ ସେମାନଙ୍କୁ ଚିନ୍ତା କରିବାର କୌଣସି କାରଣ ନାହିଁ । କାରଣ, ଦେଶରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଦିନ ମଜୁରିଆମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି ।

କେନ୍ଦ୍ର ସରକାର ଦେଶର 3.5 କୋଟି ନିର୍ମାଣ ଶ୍ରମିକଙ୍କୁ 52,000 କୋଟି ଫଣ୍ଡ ଦେବା ପାଇଁ ଘୋଷଣା କରିଛନ୍ତି । ଏ ନେଇ ସମସ୍ତ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇଛି । ମଜୁରିଆମାନଙ୍କୁ ଡିବିଟି ଜରିଆରେ ସେମାନଙ୍କ ବ୍ୟାଙ୍କ ଖାତାରେ ପଇସା ପଠାଇ ଦିଆଯିବ । କେନ୍ଦ୍ରୀୟ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗବାର ସମସ୍ତ ରାଜ୍ୟକୁ ଚିଠି ଲେଖି ଏ ବିଷୟରେ ଜଣାଇଛନ୍ତି । ସେ କହିଛନ୍ତି, ଲକଡାଉନରୁ ବଞ୍ଚାଇବା ପାଇଁ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ଉପଲବ୍ଧ କରାଯାଉ । Labor Welfare Board ଅଧୀନରେ ସେସ ଫଣ୍ଡ 52,000 କୋଟି ଟଙ୍କା ଅଛି । ଏହି ଯୋଜନାରେ ଶ୍ରମିକମାନଙ୍କ ଆକାଉଣ୍ଟରେ ସିଧା ଟଙ୍କା ଟ୍ରାନ୍ସଫର କରନ୍ତୁ ।