ଭୁବନେଶ୍ୱର : ରାଜଧାନୀ ପାଲଟିଛି ଅପରାଧୀଙ୍କ ପେଣ୍ଠସ୍ଥଳୀ । ଆଜି ପୁଣି ଅବକାରୀ ଗୁଇନ୍ଦା ବିଭାଗ ସହିଦନଗର ଥାନା ଅଂଚଳରୁ ୩୨ଗ୍ରାମ ବ୍ରାଉନସୁଗାର ଜବତ କରିଛି ।
ରାଜଧାନୀରେ ବାରମ୍ବାର ବ୍ରାଉନସୁଗାର ଜବତ ହେଉଛି । ଆଜି ଅବକାରୀ ଗୁଇନ୍ଦା ବିଭାଗ ସହିଦନଗର ଥାନା ଅଂଚଳରେ ଚଢାଉ କରି ୩୨ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ଏହି ଘଟଣାରେ ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି ।