Odia News Portal

ବିନା ମୂଲ୍ୟରେ ମିଳିବ ରୋଷେଇ ଗ୍ୟାସ୍‌ ସିଲିଣ୍ଡର

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ୮ କୋଟି ମହିଳାଙ୍କୁ ତିନି ମାସ ପାଇଁ ମାଗଣା ରନ୍ଧନ ଗ୍ୟାସ୍‌ ଯୋଗାଇ ଦିଆଯିବ । କରୋନା ଲକ୍‌ଡାଉନ୍‌ ସମୟରେ ଆଗାମୀ ତିନି ମାସ ପାଇଁ ଏହି ସୁବିଧା ଦିଆଯିବ । ଏଥିରୁ ଦେଶର ୪୦ କୋଟି ପରିବାରଙ୍କୁ ଲାଭ ମିଳିବ ।

ସୂଚନା ଥାଉ କି ଉଜ୍ଜ୍ୱଳା ଯୋଜନାରେ ମହିଳାମାନଙ୍କୁ ମାଗଣା ଗ୍ୟାସ୍‌ ସଂଯୋଗ ଦିଆଯାଇଥିଲା । ତେବେ ୨୦୧୯ରେ ଗ୍ୟାସ୍‌ କନେକସନ୍‌ ନେଇଥିବା ମହିଳାମାନଙ୍କୁ ତିନି ମାସ ଯାଏ ବିନା ମୂଲ୍ୟରେ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।