Odia News Portal

ମୋଦୀଙ୍କୁ ପ୍ରଶଂସା କଲେ ରାହୁଲ ଗାନ୍ଧି

କରୋନା ଲକ୍‌ ଡାଉନ୍‌ ପାଇଁ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଘୋଷଣାକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏକ ଉଚିତ୍‌ ପଦକ୍ଷେପ ବୋଲି କହିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ପ୍ରଶଂସା କରିଛନ୍ତି ।

ସେ ତାଙ୍କ ଟ୍ଵିଟରରେ ଲେଖିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଘୋଷଣା ପ୍ରଥମ ଥର ପାଇଁ ସରକାରଙ୍କ ଉଚିତ୍‌ ପଦକ୍ଷେପ । ୨୧ ଦିନ ଲକ୍‌ଡାଉନ୍‌କୁ ଦଷ୍ଟିରେ ରଖି ଦେଶର ଗରୀବଙ୍କୁ ଭୋଜନ ଉପଲବ୍ଧ କରାଇବା ଓ ଆର୍ଥିକ ସହାୟତା ଦେବାରେ ମୁଁ ଖୁସି ବୋଲି ରାହୁଲ କହିଛନ୍ତି ।

ଭାରତରେ କୃଷକ, ଦୈନିକ ମଜ୍‌ଦୁର, ମହିଳା ଓ ବୃଦ୍ଧ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ପ୍ୟାକେଜ୍‌ ତାଙ୍କୁ ବହୁତ ସାହାଯ୍ୟ କରିବ । କଂଗ୍ରେସ ବରିଷ୍ଠ ନେତା ପି. ଚିଦମ୍ବରମ୍‌ଙ୍କ ପରେ କଂଗ୍ରେସ ପୂର୍ବ ଅଧ୍ୟକ୍ଷ ତଥା ସାଂସଦ ରାହୁଳ ଗାନ୍ଧି ମୋଦୀ ସରକାରଙ୍କୁ ଏଥିପାଇଁ ପ୍ରଶଂସା କରିଛନ୍ତି ।