Odia News Portal

କାହାକୁ ଛାଡୁନି କରୋନା : ୧୦ ମାସର ଶିଶୁ ଆକ୍ରାନ୍ତ

ବେଙ୍ଗାଲୁରୁ : ସମସ୍ତଙ୍କ ମୁହଁରେ ଏବେ ଗୋଟିଏ ଶବ୍ଦ କରୋନା । ସମସ୍ତଙ୍କୁ ଚିନ୍ତାରେ ପକାଇଛି ଏହି ଭାଇରସ । ସାରା ବିଶ୍ୱ ଏହାର ମୁକାବିଲା ପାଇଁ ଲାଗିପଡିଛି । ସାରା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୫ ହଜାର ଟପିସାରିଲାଣି । ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଏହା ମଧ୍ୟରେ ଏକ ଦଶମାସର ଶିଶୁ କରୋନାରେ ଆକ୍ରାନ୍ତ ହେବା ଖବର ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ ପିଲାଟି କିଛି ଦିନ ପୂର୍ବେ ନିଜ ପରିବାର ସହ କେରଳ ଯାତ୍ରା କରିଥିଲା । ତେବେ ପ୍ରାଥମିକ ଯାଞ୍ଚ ପରେ ପିଲାଟି କରୋନା ସଂକ୍ରମିତ ବୋଲି ଜଣାପଡିଛି । ତେବେ ପରିବାର ଲୋକଙ୍କ ରିପୋର୍ଟ ଏପର୍ଯ୍ୟନ୍ତ ଆସିନି । ତେବେ ସଂକ୍ରମିତ ଶିଶୁ ଓ ତା ପରିବାର ଲୋକଙ୍କୁ କ୍ୱାରଣ୍ଟାଇନରେ ରଖାଯାଇଛି । ପରିବାର ଲୋକଙ୍କ ରିପୋର୍ଟ ଆସିବା ପରେ ସେମାନେ