Odia News Portal

କରୋନା ଲଢ଼େଇରେ ସାମିଲ ହେଲା ଶିରିଡ଼ି ସାଇ ସଂସ୍ଥାନ

ମୁମ୍ବାଇ : କରୋନା ଲଢ଼େଇରେ ସାମିଲ ହେଲା ଶିରିଡ଼ି ସାଇ ସଂସ୍ଥାନ । ଏହି ଟ୍ରଷ୍ଟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପାଣ୍ଠିକୁ ୫୧ କୋଟି ଟଙ୍କାର ଦାନ ଦେଇଛି । ସୂଚନା ଥାଉ କି ଦେଶରେ ଏବେ ମହରାଷ୍ଟ୍ର ହେଉଛି ସବୁଠାରୁ ସଂକ୍ରମିତ ରାଜ୍ୟ । ଯେଉଁଠି ସର୍ବାଧିକ କରୋନା ଭାଇରସ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ଶିରିଡ଼ି ସାଇବା ସଂସ୍ଥାନର ଏହି ୫୧ କୋଟି ଦାନ ରାଜ୍ୟ ପାଇଁ ଖୁବ୍‌ ସହାୟକ ହେବ ।
କରୋନା କଟକଣା ପାଇଁ ଗତ ମାର୍ଚ୍ଚ ୧୭ ତାରିଖରୁ ବାବାଙ୍କ ମନ୍ଦିର ବନ୍ଦ ରହିଛି । ଭକ୍ତମାନଙ୍କ ଦର୍ଶନ ଉପରେ କଟକଣା ଲାଗୁ ହୋଇଛି ।