ଯାଜପୁର ଟାଉନ : ଯାଜପୁର ଜିଲ୍ଲାରେ କରୋନାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି । ଜିଲ୍ଲାର ବ୍ୟାସନଗର ଓ ଯାଜପୁର ଟାଉନ ସହରକୁ ସାନିଟାଇଜ କରିବା ପାଇଁ କ୍ଲୋରିନ ପାଣିରେ ପରିସ୍କାର କରାଯାଇଛି ।
ଅଗ୍ନିଶମ ବାହନି ପକ୍ଷରୁ ଉଭୟ ସହରକୁ ପରିସ୍କାର କରାଯାଇଛି । ପ୍ରତ୍ୟେକ ପଞ୍ଚାୟତ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କ୍ୱାରେନଟାଇନ ସେଣ୍ଟର ହୋଇଥିବା ବେଳେ ଏନସି କଲେଜର ନୂତନ ବିଲ୍ଡିଂରେ ୫୦୦ ଶଯ୍ୟା ବିଶିଷ୍ଟ କ୍ୱାରେନଟାଇନ କେନ୍ଦ୍ର ନିର୍ମାଣ ଚାଲିଛିି ।