Odia News Portal

ଏସ୍‌ସିବିରେ ସ୍ୱାଇନ୍‌ ଫ୍ଲୁ ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ

କଟକ : ସ୍ୱାଇନ୍‌ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ମହିଳାଙ୍କର ମୃତ୍ୟୁ ଘଟିଛି । ପ୍ରାପ୍ତ ଖବର ମୁତାବକ ସଂପୃକ୍ତ ମହିଳା ଜଣକ ଗତ କିଛି ଦିନ ତଳେ ସ୍ୱାଇନ୍‌ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କ ଅବସ୍ଥା ଉଦ୍‌ବେଗଜନକ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ପରେ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା । ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଡାକ୍ତରଖାନା ପକ୍ଷରୁ ମହିଳାଙ୍କ ମୃତ୍ୟୁକୁ ସ୍ୱୀକାର କରାଯାଇଥିଲେ ମଧ୍ୟ ତାଙ୍କର ବିସ୍ତୃତ ପରିଚୟ ମିଳିପାରି ନାହିଁ । ଏସ୍‌ସିବିରେ ଚଳିତବର୍ଷ ଏଇଟି ପ୍ରଥମ ସ୍ୱାଇନ୍‌ ଫ୍ଲୁ ମୃତ୍ୟୁ ବୋଲି କୁହାଯାଉଛି ।