Odia News Portal

ସମ୍‌ରେ COVID-19 ହସ୍ପିଟାଲ୍‌ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଉନ୍ନୟନ କମିଶନର ଏବଂ ୫-ଟି ସଚିବ

ଭୁବନେଶ୍ୱର : ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ରବିବାର ଦିନ ସମ୍‌ ହସ୍‌ପିଟାଲ୍‌ରେ ସ୍ଥାପିତ ହେଉଥିବା ଦେଶର ସର୍ବବୃହତ COVID-19 ହସ୍ପିଟାଲର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି।

ସୋଆ ବିଶ୍ୱ ବିଦ୍ୟାଳୟର କ୍ୟାମସ୍‌ -୨ରେ କୋଭିଡ୍‌ -୧୯ ଆକ୍ରାନ୍ତଙ୍କ ପାଇଁ ୫୦୦ ଶଯ୍ୟା ବିଶିଷ୍ଠ ସ୍ୱତନ୍ତ୍ର ତଥା ଅତ୍ୟାଧୁନିକ ହସ୍‌ପିଟାଲ୍‌ ତିଆରି କରାଯାଇଛି ।

୫-ଟି ସଚିବ ଓ ଉନ୍ନୟନ କମିଶନରଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ସୋଆର ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକ ଉପସ୍ଥିତ ଥିଲେ । ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକ ଉପସ୍ଥିତ ବରିଷ୍ଠ ଅଧିକାରୀମାନଙ୍କୁ ହସ୍‌ପିଟାଲ୍‌ର ବୈଶିଷ୍ଟ ଓ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ଆସନ୍ତା ୧୫ ଦିନ ମଧ୍ୟରେ ଏହି କୋଭିଡ୍‌-୧୯ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହୋଇଯିବ । ରାଜ୍ୟରେ କୋରନା ସଂକ୍ରମିତଙ୍କୁ ଉଚ୍ଚକୋଟୀର ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ଏହା ସହାୟକ ହେବ ।

ଏହା ସହ କିମସ୍‌ରେ ପ୍ରସ୍ତୁତ ହେଉଥିବା କୋଭିଡ୍‌ -୧୯ ହସ୍‌ପିଟାଲ୍‌କୁ 5T ସଚିବ ପରିଦର୍ଶନ କରିଥିଲେ ।