Odia News Portal

ଆଜି ଗଜପତି ଓ ରାୟଗଡ଼ା ଜିଲ୍ଳାରେ ନିର୍ବାଚନ ପ୍ରଚାର କରିବେ ନବୀନ

ଭୁବନେଶ୍ବର  : ବିଜେଡିର ମିଶନ ଦକ୍ଷିଣ ଓଡ଼ିଶା । ନବରଙ୍ଗପୁର ଓ କଳାହାଣ୍ଡି ପରେ ଆଜି ଗଜପତି ଓ ରାୟଗଡ଼ା ଜିଲ୍ଳାରେ ନିର୍ବାଚନ ପ୍ରଚାର କରିବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ରାୟଗଡ଼ା ଜିଲ୍ଲାର ଗୁଣପୁର, ବିଷମକଟକ, ଜେକେପୁର ଓ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ ମୋହନାରେ ସାଧାରଣ ସଭାରେ ଉଦ୍ବୋଧନ ଦେବା ସହ ରୋଡ ସୋ କରିବେ ।  ଅନୁସାରରେ ସକାଳ ୯ଟା ୫ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ହେଲିକପ୍ଟରରେ ସକାଳ ୧୦ଟା ୧୫ମିନିଟରେ ଗୁଣପୁର ହେଲି ପ୍ୟାଡରେ ପହଞ୍ଚିବେ । ରୋଡ ସୋ ସହ ସାଧାରଣ ନିର୍ବାଚନ ସଭାରେ ଯୋଗ ଦେବେ । ଏହାପରେ ବିଷମକଟକ, ଜେକେପୁର, ମୋହନା ଓ ପାରଳାଖେମୁଣ୍ଡିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଗତକାଲି ରାଇଘର, ଝରିଗାଁ ଓ ନବରଙ୍ଗପୁରରେ ନିର୍ବାଚନ ସଭାରେ ଯୋଗ ଦେଇ କେନ୍ଦ୍ର ଉପରେ ବର୍ଷିଥିଲେ ନବୀନ।