ନୂଆଦିଲ୍ଲୀ : ଆଇଏସଆଇଏସର ଆତଙ୍କବାଦୀ କରୋନା ଲକଡାଉନ ସମୟରେ ପୋଲିସକୁ ଟାର୍ଗେଟ କରିପାରନ୍ତି। ଦିଲ୍ଲୀର ଡିସିପି(ସ୍ପେଶାଲ ସେଲ୍) ସଞ୍ଜିବ କୁମାର ବୁଧବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏ ବିଷୟରେ ସହରରେ ମୁତୟନ ଥିବା ପୋଲିସ କର୍ମଚାରୀଙ୍କୁ ସୂଚନା ଦିଆଯିବ। କରୋନା କାରଣରୁ ଆଇନ ବ୍ୟବସ୍ଥା ବଜାୟ ରଖିବାକୁ ପୋଲିସକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।
୨୧ ଦିନର ଲକଡାଉନ ଘୋଷରା ପରେ ଦିଲ୍ଳୀରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ବିଭିନ୍ନ ସ୍ଥାନରେ ପୋଲିସ ବ୍ୟାରିକେଡ୍ ବାନ୍ଧି କଡା ନଜର ରଖିଛି। ପିକେଟ୍, ବ୍ୟାରିକେଡ୍, ଚେକପୋଷ୍ଟରେ ମୁତୟନ ଥିବା ପୋଲିସ କର୍ମଚାରୀଙ୍କ ଉପରେ ଆଇଏସ ଆତଙ୍କବାଦୀ ଆକ୍ରମଣ କରିପାରନ୍ତି ବୋଲି ସୂଚନା ମିଳିଛି। ତେଣୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡା କଡି କରି ଦିଆଯାଇଛି।
ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ଦିଲ୍ଳୀ ପୋଲିସ ୮ ମାର୍ଚ୍ଚରେ ଇସଲାମିକ୍ ଷ୍ଟେଯର ଖୁରସାନ ପ୍ରୋଭିନ୍ସ(ଆଇଏସକେପି) ମଡ୍ୟୁଲ ସହିତ ଜଡିତ କଶ୍ମୀର ଦମ୍ପତ୍ତିଙ୍କୁ ଗିରଫ କରାଯାଇଥିଲା। ଜାମିଆ ନଗରରୁ ଜାହାଜେବ୍ ସାମି ଓ ହିନା ବସିର ବେଗଙ୍କୁ ଗିରଫ କରାଯାଇଥିଲା। ଏମାନେ ଶ୍ରୀନଗରରେ ରହୁଥିଳେ। ଦୁହେଁ ସିଏଏ ବିରୋଧ ପ୍ରଦର୍ଶନ କରି ଯୁବପୀଢିଙ୍କୁ ଆତଙ୍କୀ ଆକ୍ରମଣ କରିବାକୁ ଉସୁକାଉତିଳେ।