Odia News Portal

ଦିଲ୍ଲୀର ନିଜାମୁଦ୍ଦିନକୁ ଧର୍ମସଭାକୁ ଯାଇଥିଲେ ଯାଜପୁରରୁ ୩

ଯାଜପୁର ଟାଉନ : ଦିଲ୍ଲୀର ନିଜାମୁଦ୍ଦିନ ଧର୍ମସଭାକୁ ଯାଜପୁର ଜିଲ୍ଲା ର ୩ ଜଣ ଯାଇଥିଲେ ବୋଲି ଆଜି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି । ସେମାନଙ୍କ ମଧ୍ୟରେ ବିଂଝାରପୁର ଅଞ୍ଚଳର ବ୍ୟକ୍ତିଙ୍କ ଦେହରେ ଥଣ୍ଡା ଓ ଜ୍ୱର ଲକ୍ଷଣ ଦେଖା ଦେଇଥିବାରୁ ତାଙ୍କୁ ଓ ତାଙ୍କ ପରିବାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନିଜାମୁଦ୍ଦିନରୁ ଫେରିଥିବା ବ୍ୟକ୍ତିଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।

ସେହିପରି ଅନ୍ୟ ଦୁଇ ଜଣ ଧର୍ମଶାଳା ଥାନା ବ୍ରହ୍ମବରଦା ଏବଂ ନେଉଳପୁର ଅଂଚଳର ବୋଲି ଜଣାପଡିଛି । ସେମାନଙ୍କୁ ହୋମ କ୍ୱାରେନଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାରେ ଏହି ୩ ଜଣ ନିଜାମୁଦ୍ଦିନ ଅଂଚଳରୁ ଆସିବା ଘଟଣା ଜଣାପଡିବା ପରେ ଜିଲ୍ଲାର ସମସ୍ତ ସୀମାକୁ ବନ୍ଦ କରାଯାଇଛି ।