Odia News Portal

ପିପିଲିର ଏହି ତିନିଟି ଅଞ୍ଚଳକୁ ଏପ୍ରିଲ ୧୪ ଯାଏଁ ସଟଡାଉନ

ପୁରୀ : ପୁରୀ ଜିଲ୍ଲା ପିପିଲି ଅଞ୍ଚଳ ଦାନଗହୀରରୁ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ସ୍ଥାନକୁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ସିଲ କରିଦିଆଯାଇଛି। ଏଥିସହ ଦାନଗହୀର ସମେତ ଜୟପୁର ଶାସନ ଛକ ଓ ଜୟପୁର ଛକ ଅଞ୍ଚଳକୁ ଆଜିଠାରୁ ଏପ୍ରିଲ ୧୪ ଯାଏଁ ସଟଡାଉନ ଘୋଷଣା କରାଯାଇଛି।

ଆଜି ସକାଳ ୭ଟାରୁ ୧୪ ତାରିଖ ରାତି ଯାଏଁ ଏହା ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଗାଁର କୌଣସି ଲୋକ ବାହାରକୁ ଯିବେ ନାହିଁ। ସମସ୍ତେ ଘର ଭିତରେ ରହିବେ। ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଗ୍ରାମବାସୀଙ୍କୁ ସମସ୍ତ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।

ଏଥିସହ ଡାକ୍ତରୀ ସୁବିଧାକୁ ସୁବନ୍ଦୋବସ୍ତ କରିବା ନିମନ୍ତେ ଉପଜିଲ୍ଲାପାଳଙ୍କ ଅଧୀନରେ ଏକ ଟିମ ଗଠନ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି। ଉକ୍ତ ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ରହିଛି।