Odia News Portal

ଦିନ ୧୨ଟାରୁ ବ୍ରହ୍ମପୁର ସହରରେ ସଟଡାଉନ

ବ୍ରହ୍ମପୁର : ଆଜି ଦିନ ୧୨ଟାରୁ ବ୍ରହ୍ମପୁରରେ ସଟଡାଉନ । ଯାହା ଆସନ୍ତା କଲି ସକାଳ ୭ଟା ଯାଏ ଲାଗୁ ରହିବ । ତେଣୁ ଆଜି ସକାଳୁ କିଣା କିଣି ପାଇଁ ବଜାରରେ ଭିଡ ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ଜିନିଷ କିଣିବା ଲାଗି ଲୋକେ ଘରୁ ବାହାରିଛନ୍ତି ।

ତେବେ କେବଳ ଚାଲି ଚାଲି ଆସିବାକୁ କୁହାଯାଇଛି । ଗାଡି ନେଇ ଆସିଲେ ତାହାକୁ ପୋଲିସ ଜବତ କରିନେଉଛି ।ଲୋକଙ୍କୁ ସଚେତନ କରିବା ଏବଂ ସାନିଟାଇଜେସନ ଲକ୍ଷ୍ୟ ପ୍ରଶାସନ ଏହି ପଦକ୍ଷେପ ନେଇଛି ।