ଧର୍ମଗଡ : ବିପୁଳ ପରିମାଣର ମଦ ଜବତ। ଲକଡାଉନ୍ ଯୋଗୁଁ ଦେଶୀ ଭାଟି ଓ ବିଦେଶୀ ମଦ ଦୋକାନ ବନ୍ଦ୍ ଥିବାବେଳେ ଏହାର ସୁଯୋଗ ନେଇ ଚଢ଼ା ଦରରେ ବିକ୍ରି ଚାଲିଥିଲା ମଦ । ଯାହାର ଅଭିଯୋଗ ପରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ପୋଲିସ ଦ୍ଵାରା ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରାଯାଇଛି ।
ଜୟପାଟଣା ଥାନା ଅନ୍ତର୍ଗତ ଭଇରିପାଲି,ବଡ଼ପୂଜାରିଗୁଡା ଓ ପାବଳୀ ଗ୍ରାମରୁ ବିଦେଶୀ ମଦ ୮୬ଲିଟର ଓ ଦେଶୀ ମଦ ୬୯ ଲିଟର ଜବତ କରିଥିବା ସୂଚନା ମିଳିଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜୟପାଟଣା ଭାରପ୍ରାପ୍ତ ଥାନା ଅଧିକାରୀ ରଶ୍ମିତା ପ୍ରଧାନ ଙ୍କ ସହ ତାଙ୍କ ସଦବଦଳ ଚଢଉ କରି ମଦ ଜବତ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ।